ସଚିନଙ୍କୁ ନେଇ ଆଇସିସି ପକ୍ଷରୁ ପଚରାଯାଇଥିବା ବିବାଦୀୟ ପ୍ରଶ୍ନର ଉତ୍ତର ଦେଲେ ପ୍ରଶଂସକ


ଆଇସିସି ପକ୍ଷରୁ ନିଜ ଟ୍ୱିଟର ହାଣ୍ଡଲରେ କ୍ରିକେଟର କିମ୍ବଦନ୍ତୀ ‘ସଚିନ ତେନ୍ଦୁଲକର’ଙ୍କୁ ନେଇ କିଛି ଏପରି ଟ୍ୱିଟ କରାଯାଇଥିଲା, ଯାହାକୁ ଦେଖି ସଚିନଙ୍କ ପ୍ରଶଂସକମାନେ ଖୁବ ରାଗିଯାଇଥିଲେ । ପ୍ରକାଶ ଥାଉକି ସଚିନଙ୍କୁ ଗୁରୁବାର ଦିନ ଆଇସିସି “ହଲ ଅଫ ଫେମ”ରେ ସାମିଲ କରାଯାଇଥିଲା । ସଚିନ ହେଉଛନ୍ତି ଷଷ୍ଠ ଭାରତୀୟ ଯିଏକି ଆଇସିସି “ହଲ ଅଫ ଫେମ”ରେ ସାମିଲ ହୋଇଛନ୍ତି ।
ପ୍ରକାଶ ଥାଉକି, ଆଇସିସି ଟ୍ୱିଟ କରି ସଚିନ ସଂପର୍କରେ ଏହା ଲେଖିଛି ଯେ, “କ’ଣ ସଚିନ ତେନ୍ଦୁଲର ଦୁନିଆର ମହାନ କ୍ରିକେଟର ଅଟନ୍ତି ?” । ଆଇସିସିର ଏହି ପ୍ରଶ୍ନ ଦେଖି ସଚିନଙ୍କ ପ୍ରଶଂସକମାନେ ହଜମ କରିପାରିଲେ ନାହିଁ ।

ଆଇସିସି ପକ୍ଷରୁ ଟ୍ୱିଟ କରି ଲେଖାଯାଇଥିଲା ଯେ, “ଲିଟିଲ ମାଷ୍ଟର ‘ହଲ ଅଫ ଫେମ’ରେ ସାମିଲ ହୋଇଥିବା ନୂଆ ବ୍ୟକ୍ତି ଅଟନ୍ତି ! କ’ଣ ସେ ସର୍ବକାଳୀନ ମହାନ କ୍ରିକେଟର ଅଟନ୍ତି ? ” ଆଇସିସିର ଏହି ପ୍ରଶ୍ନ ପରେ ସଚିନଙ୍କ ପ୍ରଶଂସକମାନେ ଉତ୍ତର ଦେବା ଆରମ୍ଭ କରିଦେଲେ । ଅଧିକାଂଶ ୟୁଜର୍ସ କହିଥିଲେ ଏହା କ’ଣ କୌଣସି ପଚାରିବାର ପ୍ରଶ୍ନ ଅଟେ ।


ପ୍ରକାଶ ଥାଉକି, ଆଇସିସି କ୍ରିକେଟ କିମ୍ବଦନ୍ତୀ ସଚିନଙ୍କ ସହ ସାଉଥ ଆଫ୍ରିକାର ପୂର୍ବତ୍ତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡଙ୍କୁ ଆଇସିସି “ହଲ ଅଫ ଫେମ” ସମ୍ମାନରେ ସମ୍ମାନିତ କରିଥିଲା । ଏହି ସମ୍ମାନରେ ସମ୍ମାନିତ ହୋଇଥିବା ସଚିନ ଷଷ୍ଠ ଭାରତୀୟ ହୋଇଥିବାବେଳେ ଏହା ପୂର୍ବରୁ ରାହୁଲ ଦ୍ରାବିଡ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ ।


Share It

Comments are closed.