ଆରମ୍ଭ ହେଲା ମୁସଲିମ ସଂପ୍ରଦାୟର ପବିତ୍ର ମାସ ରମଜାନ୍


ଭାରତ ହେଉଛି ଅନେକ ସଂସ୍କୃତିର ସମାହାର, ଯେଉଁଠାରେ ପାଳନ ହୋଇଥାଏ ଅନେକ ଧର୍ମାବଲମ୍ବିଙ୍କ ଅନେକ ପର୍ବ । ସମସ୍ଥ ଧର୍ମ ଏବଂ ସଂସ୍କୃତିର ନିଜ ନିଜ ମାନ୍ୟତା ରହିଥିବାବେଳେ ଲକ୍ଷ୍ୟ କିନ୍ତୁ ସମାନ, ଯାହା ହେଉଛି ଭଗବାନଙ୍କର ପ୍ରେମ ଆଉ କରୁଣା । କେବଳ ପାଳନ କରିବାର ଉପାୟ ହେଉଛି ଭିନ୍ନ ଭିନ୍ନ । ସେଥିପାଇଁ ବିଭିନ୍ନ ଧର୍ମର ପର୍ବ ଭିନ୍ନ ଭିନ୍ନ ମାସରେ ପାଳନ କରାଯାଇଥାଏ ଏବଂ ଏଥିରେ ଅନେକ ପରମ୍ପରା ଏବଂ ମାନ୍ୟତା ସାମିଲ ରହିଥାଏ । ତେଣୁ ଆଜିଠାରୁ ବହୁ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହେଉଥିବା ରମଜାନ୍ର ରହିଛି ଏକ ସ୍ୱତନ୍ତ୍ର ମହତ୍ତ୍ୱ, ଯାହାକି ଭାରତ ସମେତ ବିଭିନ୍ନ ଇସଲାମିକ ଦେଶ ମାନଙ୍କରେ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହି ରମଜାନ୍ ମେ ୧୮ରୁ ଆରମ୍ଭ ହୋଇ ୧୭ ଜୁନରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ପବିତ୍ର ମାସର ୨୭ ଦିନକୁ ସବ୍-ଏ-କଦର୍ କୁହାଯାଇଥାଏ । ଏହି ଦିନ ଇସଲାମଙ୍କର ଭଗବାନ କୁହାଯାଉଥିବା ଆଲ୍ଲାହ ନିଜ ଭକ୍ତ ମାନଙ୍କୁ “କୋରାନ୍ ସରିଫ” ଦେଇଥିଲେ, ତେଣୁ ଏହି ମାସକୁ ପବିତ୍ରବୋଲି ବିବେଚନା କରାଯାଇଥାଏ । ଏହି ଦିନ ଆଲ୍ଲାହଙ୍କୁ ରୋଜା ସମର୍ପିତ କରାଯାଇଥାଏ, ଯାହାକୁକି ସମ୍ପୁର୍ଣ୍ଣ ମୁସଲିମ ପରିବାରର ସମସ୍ଥ ଛୋଟ ବଡ଼ ସଦସ୍ୟ ଅନେକ ନିଷ୍ଠାର ସହିତ ପାଳନ କରିଥାନ୍ତି । ରମଜାନ ମାସରେ ରୋଜା ରଖିବା ଅନିବାର୍ଯ୍ୟ ହୋଇଥାଏ, ଯାହାକୁକି ଧର୍ଯ୍ୟର ମାସବୋଲି ମଧ୍ୟ କୁହାଯାଇଥାଏ । ଏହାର ବର୍ଣ୍ଣନା ମୁସଲିମ୍ ପବିତ୍ର ଗ୍ରନ୍ଥ କୋରାନରେ ଲିପିବଦ୍ଧ ରହିଛି ।

ରମଜାନ୍ ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ସକାଳୁ ଉଠି ଖାଦ୍ୟ ଗ୍ରହଣ କରାଯାଇଥାଏ, ଯାହାକୁ ସହରୀ କୁହାଯାଇଥାଏ, ଏହା ପରେ ଦିନ ସାରା ଉପବାସ ରଖାଯାଇଥାଏ । ଏହି ମାସରେ ଦିନ ସମୟରେ କୌଣସି ଖାଦ୍ୟ କିମ୍ବା ପାନୀୟ ମଧ୍ୟ ଗ୍ରହଣ କରାଯାଇନଥାଏ ଏମିତିକି ନିଜର ଛେପ ଢୋକିବା ବି ମନା । ସଂଧ୍ୟାରେ ସୂର୍ଯ୍ୟ ଅସ୍ତ ପରେ ଇଫତାର କରାଯାଏ, ଯାହାର ଏକ ନିର୍ଦ୍ଦିଷ୍ଠ ସମୟ ନିର୍ଦ୍ଧାରିତ ରହିଥାଏ । ଏହା ପରେ ରୋଜା ଖୋଲାଯାଇ ଖାଦ୍ୟ ଗ୍ରହଣ କରାଯାଏ । ଏହା ପରେ ରାତିରେ ଏକ ନିର୍ଦ୍ଦିଷ୍ଟ ସମୟ ତଥା ପାଖାପାଖି ୯ଟା ସମୟରେ ନମାଜ ପଢାଜିବା ସହିତ ମସଜିଦରେ କୋରାନ୍ ପଢାଯାଏ । ଏହି ପକ୍ରିୟା ପୁରା ମାସ ସାରା ଚାଲିଥାଏ । ଶେଷ ଦିନରେ ମୁସଲମାନ ଭାଇ ଭଉଣୀ ମାନେ ଚାନ୍ଦ ଦର୍ଶନ କରି ଇଦ ପାଳନ କରଥାନ୍ତି ।

୧- ଏହି ପବିତ୍ର ମାସରେ ସମସ୍ତ କରିଥିବା ନିଜର କୁକର୍ମକୁ ସ୍ୱିକାର କରି ଅଲ୍ଲାଙ୍କ ପାଖରେ ଭୁଲ ମାଗନ୍ତି । ସେଥିପାଇଁ ଆଲ୍ଲା ଦୟାଳୁ ହୋଇକି ସମସ୍ତେ କରିଥିବା ଭୁଲକୁ କ୍ଷମା କରିଦିଅନ୍ତି ବୋଲି ବିଶ୍ୱାସ ମଧ୍ୟ ରହିଛି ।
୨- ରମଜାନରେ ଦୁନିଆର ସମସ୍ତ ମୁସମାନ ଭାଇଭଉଣୀ ମାନେ ଗରୀବଙ୍କୁ କିଛି କିଛି ଦାନ କରିବାର ପରମ୍ପରା ମଧ୍ୟ ରହିଛି ।
୩- ଏହି ପବିତ୍ର ମାସ ରମଜାନ ମଧ୍ୟରେ କରାଯାଇଥିବା ସମସ୍ତ ଭଲ କର୍ମର ଫଳ ଅନେକ ଗୁଣରେ ବଢିଯାଇଥାଏ ।


Share It

Comments are closed.