ଚିନ୍ତାମୁକ୍ତ ରହିବା ପାଇଁ ଆପଣାନ୍ତୁ ଏହି ପଦକ୍ଷପ


ଲୋକମାନେ ସେମାନଙ୍କ ଦୈନଦିନ ଜୀବନରେ ଘଟୁଥିବା ଅନେକ ସମସ୍ୟାକୁ ନେଇ ଅନେକ ଚାପ ଓ ଚିନ୍ତାରେ ରହିଥାଆନ୍ତି । ଫଳରେ ସେମାନଙ୍କ ମଧ୍ୟରେ ଚିଡ଼ିଚିଡ଼ା ପଣ ଦେଖାଯାଇଥାଏ । ପରିବାର ସଦସ୍ୟମାନଙ୍କ ସହିତ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହିଥାଏ ଏବଂ ଖାଇବାରେ ମଧ୍ୟ ଅନିୟମିତତା ଦେଖାଯାଇଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ କେତୋଟି ସହଜ ପଦକ୍ଷେପ ଗ୍ରହଣ କରିପାରିବେ ।

୧. ନିଜର ମନୋଭାବ ଓ ବ୍ୟବହାରକୁ ସକରାତ୍ମକ ରଖନ୍ତୁ ।
୨. ଯେଉଁ କାର୍ଯ୍ୟ ଉପରେ ଆପଣଙ୍କର ଅଭିଜ୍ଞତା ଓ ଦକ୍ଷତା ନାହିଁ, ସେ କାର୍ଯ୍ୟକୁ ଯାଆନ୍ତୁ ନାହିଁ ।
୩. ତରବର ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ଓ କୌଣସି ଏକ ପଦକ୍ଷେପ ନେବା ପୁର୍ବରୁ ଅନେକ ଥର ଏହା ବିଷୟରେ ଚିନ୍ତା କରନ୍ତୁ ।
୪. କ୍ରୋଧ କରିବା ବା ଚିଡ଼ିବା ବଦଳରେ ଆପଣଙ୍କ ଅନୁଭବ, ମତାମତ ଅଥବା ବିଶ୍ୱାସକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।
୫. ନିଜର ଚାପ, ଚିନ୍ତା ଓ ଦୁଃଖକୁ ପରିବାର ଲୋକଙ୍କ ସହିତ ସେୟାର କରନ୍ତୁ । ଏହାଦ୍ୱାରା ଚାପ ପ୍ରଶମିତ ହେବ ।
୬. ଅସୁବିଧା ସମୟରେ ଆଧର୍ଯ୍ୟ ହୋଇପଡ଼ନ୍ତୁ ନାହିଁ । କାରଣ, ଏହି ସମୟରେ ଆପଣଙ୍କ ଭୁଲ ପଦକ୍ଷେପ ସମସ୍ୟାକୁ ଆହୁରି ବଢ଼ାଇଦେବ । ସ୍ଥିର ମନରେ ଏହାର ପ୍ରତିକାର ବିଷୟରେ ଚିନ୍ତା କରନ୍ତୁ ଅଥବା ଆଗକୁ ଏପରି ସମସ୍ୟା କିପରି ନ ଉପୁଜିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
୭. ଖାଇବାରେ ନିୟନ୍ତ୍ରଣ ରଖନ୍ତୁ । ପୃଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରନ୍ତୁ ।
୮. ଦୈନିକ ମେଡିଟଏସନ୍, ଯୋଗ, ପ୍ରାତଃଭ୍ରମଣ ଆଦି କରନ୍ତୁ ।
୯. ସମୟର ସଦୁପଯୋଗ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ ।
୧୦. ଯେଉଁ କାର୍ଯ୍ୟରେ ଅଅପଣଙ୍କ ରୁଚି ଅଛି, ସେହିଭଳି କାର୍ଯ୍ୟ ପ୍ରତି କିଛି ସମୟ ଦିଅନ୍ତୁ ।
୧୧. ଠିକ୍ ସମୟରେ ଶୁଅନ୍ତୁ ଓ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିକବାକୁ ଚେଷ୍ଟା କରନ୍ତୁ ।
୧୨. ଚିନ୍ତାରୁ ମୁକ୍ତି ପାଇବା ପାଇଁ କୌଣସି ପ୍ରକାରର ମଦ୍ୟମାଦକତାର ଆଶ୍ରୟ ନିଅନ୍ତୁ ନାହିଁ ।
୧୩. ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସେ ଦେଉଥିବା ଟିପ୍ସଗୁଡ଼ିକୁ ଆପଣାନ୍ତୁ ।


Share It

Comments are closed.