ମୁମ୍ବାଇର ଇଏସଆଇସି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ


ସୋମବାର ଅପରାହ୍ନରେ ମୁମ୍ବାଇର ଅନେ୍ଧରୀସ୍ଥିତ ଇଏସଆଇସି କାମଗର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ମୃତକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଏହି ଦୁର୍ଘଟଣା ଯୋଗୁଁ ୧୫୦ରୁ ଉର୍ଦ୍ଧ ଲୋକ ଆହାତ ହୋଇଥିବାବେଳେ ବର୍ତ୍ତମାନ ସୁଧା ଗୋଟିଏ ୬ ମାସର ଶିଶୁ ସମେତ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୪୨ ଜଣଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଇ ଦିଆଯାଇଥିବା ବର୍ତ୍ତମାନ ଆଉ କେତେକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଏହି ଦୁର୍ଘଟଣାରେ ଶୀକାର ହୋଇଥିବା ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି ।
ମୃତକଙ୍କ ମଧ୍ୟରୁ ଜଣେ ୬ ମାସର ଶିଶୁ ଥିବାବେଳେ ହସ୍ପିଟାଲରେ ଯେତେବେଳେ ନିଆଁ ଲାଗିଲା ସେହି ସମୟରେ ୧୫ ଜଣ ମା’ ନିଜ ନିବଜାତ ଶିଶୁଙ୍କୁ ଧରି ହସ୍ପିଟାଲ ବାହାରକୁ ଦୈଡିବାରେ ଲାଗିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ହସ୍ପିଟାଲରେ ୨୩ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।


Share It

Comments are closed.