ସର୍ବଦା ଯବାନ ରହିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ


ସମସ୍ତେ ସର୍ବଦା ଯୌବନବସ୍ଥାରେ ଚାହିଁଥାନ୍ତି । କିନ୍ତୁ ବୟସ ଅନୁଯାୟୀ ବ୍ୟକ୍ତିର ଚେହେରା ଏବଂ ରଙ୍ଗରେ ପରିବର୍ତ୍ତନ ଆସିଥାଏ । ଯୁବାବସ୍ଥାର ତ୍ୱଚା ଏବଂ ରଙ୍ଗ ପାଇଁ ବଜାରରେ କିଛି କ୍ରିମ ଏବଂ କସମେଟିକ ଉପଲବ୍ଧ । କିନ୍ତୁ ଏସବୁ ଅପେକ୍ଷା ଆପଣ ଘରୋଇ ଉପାୟରେ କିପରି ଯବାନ ଦିଶି ପାରିବେ ତା’ର ଉପାୟ ମଧ୍ୟ ରହିଛି । ଏପରି କିଛି ଖାଦ୍ୟ ରହିଛି ଯାହା ଖାଇବା ଦ୍ୱାରା ବୟସ ଅନୁସାରେ ତ୍ୱଚାର ରଙ୍ଗ ଏବଂ ଚେହେରା ସର୍ବଦା ଭଲ ରହିଥାଏ । ସର୍ବଦା ଯୌବନବସ୍ଥା ବଜାୟ ରଖିବା ପାଇଁ ସଠିକ ପରିମାଣର ମିନେରାଲ, ପ୍ରୋଟିନ, ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଏନଜାଇମ ଗ୍ରହଣ କରିବା ଆବଶ୍ୟକ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ସମ୍ପର୍କରେ………….

• ତରଭୁଜ –

ଏହା ସହଜରେ ଏବଂ କମ ମୂଲ୍ୟରେ ଉପଲବ୍ଧ । ଏହା ଶରୀର ପାଇଁ ଭଲ ଥିବା ବେଳେ ତ୍ୱଚା ପାଇଁ ଖୁବ ଭଲ । ଏହା ଖାଇବା ଦ୍ୱାରା ତ୍ୱଚା ସତେଜ ଦେଖାଯାଇଥାଏ ଏବଂ ଏହାର ବ୍ଲକିଙ୍ଗ ଗୁଣବତ୍ତା ୟୁଭି ରେ ଠାରୁ ତ୍ୱଚାକୁ ରକ୍ଷା କରିଥାଏ । ତରଭୁଜରେ ମଧ୍ୟ ପ୍ରଚୁର ପରିମାଣର ଜଳ ଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିଥାଏ ଏବଂ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ ।

• ଟମାଟର –

ଲିସୋପିନର ଉତ୍ତମ ସ୍ରୋତ ହେଉଛି ଟମାଟର । ରନ୍ଧା ଟମାଟର ଠାରୁ କଞ୍ଚା ଟମାଟର ଦେହ ପାଇଁ ଖୁବ ଭଲ । ଏହାକୁ ସାଲାଡରେ ଖାଇବା ଖୁବ ଭଲ । ଏହା ତ୍ୱଚାକୁ କ୍ଷରଣରୁ ରକ୍ଷା କରିବା ସହିତ ସ୍କିନକୁ ଗ୍ଲୋ ପ୍ରଦାନ କରିଥାଏ ।

• ରେଡ ୱାଇନ –

ୱାଇନ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖୁବର । ସପ୍ତାହକୁ ଦୁଇରୁ ତିନି ଥର ରେଡ ୱାଇନ ପିଇବା ଦ୍ୱାରା ଏହା ତ୍ୱଚା ଉପରେ ଭଲ ପ୍ରଭାବ ପକାଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଏଜିଙ୍ଗ ପ୍ରକିୟାକୁ ଧିର କରିଥାଏ ।

• ଡାଳିମ୍ବ –

ଡାଳିମ୍ବରେ ଏଲାଜିକ ଏସିଡ ଏବଂ ପୁନିକ୍ଲାଗିନ ରହିଛି ଯାହା ତ୍ୱଚାକୁ ଫ୍ରି ରାଡିକାଲର କ୍ଷତିରୁ ରକ୍ଷା କରିଥାଏ । ଏହା ମଧ୍ୟ ତ୍ୱଚାକୁ ନମନୀୟ ଏବଂ ନରମ କରିଥାଏ । ଏତତ୍ ବ୍ୟତୀତ ଲାଲ କ୍ୟାପସିକମ, ସେଓ,ଲାଲ ଲଙ୍କା, କାନବେରି ଇତ୍ୟାଦି ଖାଇପାରିବେ ।

• ଭିଟାମିନ ସି ଯୁକ୍ତ ଖାଦ୍ୟ –

ଭିଟାମିନ ସି ଯୁକ୍ତ ଖାଦ୍ୟ ତଥା କମଳା, ଅଁଳା,ଲେମ୍ବୁ, କମଳା ଇତ୍ୟାଦି ଏଜିଙ୍ଗ ପ୍ରକିୟା କମ କରିବା ପାଇଁ ଉଚିତ । ଏହା ବ୍ରଣ, ସଂକ୍ରମଣ ଏବଂ କ୍ଷରଣରୁ ରକ୍ଷା ପ୍ରଦାନ କରିଥାଏ ।

• ସ୍ୟାଫରନ କିମ୍ବା କେଶର –

ସ୍ୟାଫରନକୁ ବିଶ୍ୱର ମୂଲବାନ ମସଲା କୁହାଯାଏ । ସ୍ୟାଫରନରେ କ୍ରୋସିନ ଏବଂ କ୍ରୋସେଟିନ ରହିଛି ଯାହାର ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଟ୍ୟୁମର ଗୁଣ ରହିଛି । ଏହାର ସେବନ ଦ୍ୱାରା ଏହା ଡିଏନଏ ତଥା ମାନସିକ ସୁସ୍ଥତା ରକ୍ଷା କରିଥାଏ ଏବଂ ଏଜିଙ୍ଗ ପ୍ରକିୟାକୁ ମନ୍ଥର କରିଥାଏ ।

• ଘିଅ –

ପୂର୍ବ କାଳରେ ସମସ୍ତେ ଘିଅରେ ରନ୍ଧା ହୋଇଥିବା ଖାଦ୍ୟ ଖାଉଥିଲେ । ଏହା ଅନ୍ୟ ତେଲ ପରି ଖାଦ୍ୟରେ ଟକ୍ସିକର ମାତ୍ରା ବୃଦ୍ଧି କରିନଥାଏ । ତେଣୁ ତ୍ୱଚା ନରମ ରହିବା ସହିତ କଳା ଦାଗ ଏବଂ କ୍ଷତିରୁ ରକ୍ଷା ପ୍ରଦାନ କରିଥାଏ ।

• ଗ୍ରିନ ଟି –

ଗ୍ରିନ ଟି ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ । ଏଥିରେ ଫ୍ଲାଭୋନଏଡ ଏବଂ ଟକ୍ସିନ ତ୍ୱଚାର ଚମକ ଏବଂ ନମନୀୟତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଆପଣ ଚାହା ପିଉଥିଲେ ଏହାକୁ ଗ୍ରିନ ଟି ସହିତ ରିପ୍ଲେସ କରିପାରିବେ ।

• ଡାଏରୀ ଉତ୍ପାଦ –

ଡାଏରୀ ଉତ୍ପାଦ ତଥା ଖିର, ଦହି, ଛେନା, ଆଣ୍ଡା ଇତ୍ୟାଦି ଶରୀରର ଏଜିଙ୍ଗ ପ୍ରକିୟାକୁ ଧିର କରିବା ପାଇଁ ଉପଯୋଗୀ । ଏଥିରେ କ୍ୟାଲସିୟମ ଏବଂ ଭିଟାମିନ ଡି ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଯାହା ଏଜିଙ୍ଗ ପ୍ରକିୟାକୁ ଧିର କରିବା ପାଇଁ ଉପଯୋଗୀ ।

• ଡାର୍କ ଚକଲେଟ –

ଡାର୍କ ଚକଲେଟ ଅନ୍ୟ ପ୍ରକାରର ଚକଲେଟ ଠାରୁ ଭିନ୍ନ । ଏଥିରେ ଥିବା ଫ୍ଲାବାନୋଲ ରକ୍ତ ସଂଚାଳନ ବୃଦ୍ଧି କରି ତ୍ୱଚାକୁ ୟୁଭି ରେ ଠାରୁ ସୁରକ୍ଷା ପ୍ରଦାନ କରିଥାଏ ।


Share It

Comments are closed.