ମୋଦିଙ୍କୁ ସୁଆଇ ନଦେବାର ସଂକଳ୍ପ ନେଲେ ରାହୁଲ


କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ସରକାର ଗଢିବା ପରେ ଏବେ ବହୁତ ଉତ୍ସାହିତ ଥିବାର ଜଣାପଡୁଛି । ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, “ଆମ୍ଭେମାନେ ତିନୋଟି ରାଜ୍ୟରେ ସରକାର ଗଢିବାର ମାତ୍ର ୬ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କୃଷି ରୂଣ ଛାଡ କରିଦେଇଥିବାବେଳେ ଖୁବ ଶୀଘ୍ର ରାଜସ୍ଥାନରେ ଏହି ଘୋଷଣା କରିବୁ । ”
ଏହି ଅବସରରେ ରାହୁଲ, ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ‘ବିଜେପିକୁ ବର୍ତ୍ତମାନ ସରକାର ଗଢିବାର ସାଢେ ବର୍ଷ ପୂରିଲାଣି କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୃଷକଙ୍କ ପାଇଁ କୃଷି ରୂଣ ଛାଡ କରି ନାହାନ୍ତି’ । ସେ କୃଷକ ମାନଙ୍କୁ ସମ୍ବୋନ୍ଧିତ କରିବାକୁ ଯାଇ କହିଛନ୍ତି ଯେ, ‘ଆପଣମାନେ ଝାଳ ବୁହାଉଛନ୍ତି । ଆମେ ଆପଣଙ୍କ ସ୍ୱର ଉଠାଇବୁ ’ । ରାହୁଲ କଡା ଭାଷାରେ ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ‘ଯେଉଁ ପର୍ଯ୍ୟନ୍ତ ମୋଦି କୃଷକ ମାନଙ୍କ ଋଣ ଛାଡ କରି ନାହନ୍ତି ସେ ପର୍ଯ୍ୟନ୍ତ ଆମେ ତାଙ୍କୁ ସୁଆଇ ଦବୁନି ।’
ରାହୁଲ କହିଛନ୍ତି, ‘ଆମେ ନିର୍ବାଚନୀ ଇସ୍ତିହାରେ ୧୦ ଦିନ ମଧ୍ୟରେ କୃଷି ରୂଣ ଛାଡ କରିବୁ ବୋଲି ପ୍ରତିଶ୍ରୃତି ଦେଇଥିଲୁ କିନ୍ତୁ ମାତ୍ର ଗୋଟିଏ ଦିନ ମଧ୍ୟରେ ତାହା ପୂରଣ କରିଛୁ । ’
ରାହୁଲ କୃଷକମାନଙ୍କୁ ଭରୋସା ଦେଇ କହିଛନ୍ତି ଯେ, ‘ବର୍ତ୍ତମାନ କଂଗ୍ରେସ ସମସ୍ତ ବିରୋଧୀ ଦଳଙ୍କୁ ନେଇ ଆପଣଙ୍କ ପାଇଁ ଲଢେଇ କରୁଛି ।’
ପ୍ରକାଶ ଥାଉକି ଚଳିତ ବିଧାନସଭା ନିର୍ବାଚନ କଂଗ୍ରେସ ତିନୋଟି ରାଜ୍ୟରେ ସଫଳତା ହାସଲ କରିବା ପରେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କୃଷି ରୂଣ ଛାଡ କରିଦେଇଛି ।


Share It

Comments are closed.