ରାମ ମନ୍ଦିର ନିର୍ମାଣରେ ଆରଏସଏସ ପୂର୍ଣ୍ଣ ସହଯୋଗ କରିବ : ମୋହନ ଭାଗବତ


ଅଯୋଧ୍ୟାରେ ରାମ ମନ୍ଦିର ନର୍ମାଣ ଦାବି ସର୍ବଦା ଚର୍ଚ୍ଚାରେ ରହି ଆସୁଛି । ତେବେ ଏହାକୁ ନେଇ ଆରଏସଏସର ଅଧ୍ୟକ୍ଷ ମୋହନ ଭାଗବତ ସଙ୍କେତ ଦେଇ କହିଛନ୍ତି ଯେ, ଅଯୋଧ୍ୟାରେ ନିଶ୍ଚିତ ରାମ ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟାରେ ଖୁବ ଶୀଘ୍ର ପବିତ୍ର ରାମ ମନ୍ଦିର ନିର୍ମାଣ ହେବ ସେ ବୋଲି କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମନ୍ଦିର ନିର୍ମାଣରେ ଆରଏସଏସ ପୂର୍ଣ୍ଣ ସହଯୋଗ କରିବ । ଏବଂ ୧୯୯୦ରୁ ସଙ୍ଘ ପୂରା ଦମର ଏହି ଲଢେଇ ଆରମ୍ଭ କରିଥିଲା ଓ ୩୦ ବର୍ଷ ମଧ୍ୟରେ ଏହା ପୂର୍ଣ୍ଣ ହେବ ବୋଲି ନିଷ୍ପତି ନେଇଥିଲା କିନ୍ତୁ ବର୍ତ୍ତମାନ ଆଉ ୨ ବର୍ଷ ବାକି ରହିଛି । ସେଥିପାଇଁ ସମସ୍ତେ ଏହି ଦିଗରେ ସକ୍ରିୟ ହୋଇ ନିଜ ପ୍ରୟାସକୁ ଆହୁରୀ ତୀବ୍ର କରନ୍ତୁ, ଯେପରି ରାମ ମନ୍ଦିରର କାମ ୧ ବର୍ଷ ମଧ୍ୟରେ ଆରମ୍ଭ ହୋଇଯିବ । ବର୍ତ୍ତମାନ ଏହି ମାମଲା ନିର୍ଣ୍ଣାୟ ସ୍ତରରେ ପହଞ୍ଚିଗଲାଣି, ଯେଉଁଥିପାଇଁ ଆମକୁ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡୁଛି । ”
ସଙ୍ଘ ପ୍ରମୁଖ କହିଛନ୍ତି ଯେ, “ବର୍ତ୍ତମାନ ଆମକୁ ଧର୍ଯ୍ୟର ସହକାରେ କାମ କରିବାକୁ ପଡିବ ଏବଂ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଏବଂ ରାମ ମନ୍ଦିର ପାଇଁ ଆନ୍ଦୋଳନ ଆରମ୍ଭ କରିବାର ପ୍ରଥମ ଦିନରୁ ହିଁ ଆଇଏସଏସ, ହିନ୍ଦୁ ସମାଜ ଓ ସନ୍ଥଗଣ ରହିଥିଲେ । ”


Share It

Comments are closed.