ଲଜ୍ଜା, ବୃଦ୍ଧଙ୍କ ମୁହଁରେ କଳା ଓ ବେକରେ ଚପଲ ମାଳ ପିନ୍ଧାଇ ଗାଁ ଭ୍ରମଣ କରାଇଲେ ଦୁର୍ବୃତ୍ତ


ଉତ୍ତର ପ୍ରଦେଶର ଉଦାମପୁରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଯେଉଁଠାରେ କିଛି ଲୋକମାନେ ଜଣେ ବୃଦ୍ଧଙ୍କ ମୁହଁରେ କଳା ଓ ବେକରେ ଚପଲର ହାର ପିନ୍ଧାଇ ସାରା ଗାଁ ଭ୍ରମଣ କରାଇଥିଲେ । ଯାହାକୁ ନେଇ ପୋଲିସ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।
ଘଟଣାଟି କିଛି ଏପରି ଘଟିଥିଲା ଯେ, ୨୦ ଦିନ ପୂର୍ବରୁ ଜଣେ ଯୁବକ ସେହି ଗାଁରେ ଥିବା ତା’ର ପ୍ରେମିକାକୁ ନେଇ ଉକ୍ତ ଗାଁରୁ ଫେରାର ହୋଇଯାଇଥିଲା । ଯେଉଁ ଘଟଣାର ସାହାର୍ଯ୍ୟ କରିଥିଲେ ଏହି ବୃଦ୍ଧ ଜଣକ । ଏହି ବୃଦ୍ଧ ହେଉଛନ୍ତି ଉକ୍ତ ଯୁବକ ଜେଜ ।
ଯେଉଁଥିପାଇଁ ଝିଅର ପରିବାର ସଦସ୍ୟ ରାଗରେ ଏହି କାଣ୍ଡ ଭିଆଇଥିବାର ଜଣା ପଡିଛି । ମିଳିଥିବା ସୂଚନା ମୁତାବକ ଝିଅର ପରିବାର ସଦସ୍ୟ ମଙ୍ଗଳବାର ଦିନ ପୁଅର ବୃଦ୍ଧ ଜେଜଙ୍କୁ ଘରୁ ଉଠାଇ ନେଇ ତାଙ୍କ ମୁହଁରେ କଳା ଏବଂ ଚପଲର ହାର ପିନ୍ଧାଇ ସାରା ଗାଁ ଭ୍ରମଣ କରାଇଥିଲେ । ଗାଁରେ ଉକ୍ତ ଝିଅର ପରିବାର ଲୋକଙ୍କର ପ୍ରବଳ ଦବଦବା ରହିଛି, ଯେଉଁଥିପାଇଁ କୌଣସି ଗ୍ରାମବାସୀ ସେମାନଙ୍କ ବିରୋଧରେ ମୁହଁ ଖୋଲିବା ପାଇଁ ସାହସ କରୁ ନାହାନ୍ତି ।
ସେଥିପାଇଁ ବୃଦ୍ଧାଙ୍କର ପରିଜନଗଣ ସନ୍ଧ୍ୟାରେ ଉକ୍ତ ଆରୋପୀଙ୍କ ବିରୋଧରେ ଏତେଲା ଦେବା ପାଇଁ ନିକଟସ୍ଥ ଥାନାରେ ପହଞ୍ଚିଥିଲେ । ଯାହା ପରେ ଥାନା ଅଧିକାରୀ ଜଣକ ଉକ୍ତ ଆରୋପୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶ୍ୱସନା ଦେଇଛନ୍ତି ।


Share It

Comments are closed.