ବିଶ୍ୱକପ ପୂର୍ବରୁ ଭାରତ ଦେବ ଅଗ୍ନୀପରୀକ୍ଷା, ଦଳ କେତେ ପ୍ରସ୍ତୁତ ରହିଛି ଜଣାପଡିବ


୩୦ ମେ’ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ୨୦୧୯ ପାଇଁ କାଉଣ୍ଟଡାଉନ ବର୍ତ୍ତମାନ ଠାରୁ ଆରମ୍ଭ ହୋଇଗଲାଣି । ଯେଉଁଭଳି ଭାବରେ ବିଶ୍ୱକପ ପାଇଁ ସମୟ ପାଖେଇ ଆସୁଛି, ସେହିଭଳି ଭାବରେ ଆଗାମୀ ବିଶ୍ୱକପରେ କିଏ ବିଜୟୀ ହେବ ତାକୁ ନେଇ ଉତ୍କଣ୍ଠା ସମସ୍ତଙ୍କ ମନରେ ଭରିବାକୁ ଲାଗିଲାଣି । ସେଥିପାଇଁ ଆଇସିସିର ସିଇଓ ‘ଡେଭିଡ ରିଚାର୍ଡସନ’ କହିଛନ୍ତି ଯେ, “ ଭାରତ ଏହି ଟାଇଟେଲ ପାଇଁ ପ୍ରବଳ ଦାବିଦାର ରହିଛି” ।
ବର୍ତ୍ତମାନ ୨୦୧୯ ବିଶ୍ୱକପ ପୂର୍ବରୁ ଦଳ ଗୁଡିକ ମଧ୍ୟରେ ଅଭ୍ୟାସ ମ୍ୟାଚର ତାଲିକା ପ୍ରକାଶ ପାଇ ସାରିଲାଣି । ଭାରତୀୟ ଦଳ ଚଳିତ ବର୍ଷ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ବାଙ୍ଗଳାଦେଶ ସହ ଅଭ୍ୟାସ ମ୍ୟାଚ ଖେଳିବ ।
୩୦ ମେ’ରୁ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପରେ ୧୦ଟି ଟିମ ସାମିଲ ହୋଇଛନ୍ତି । ସମସ୍ତଙ୍କ ମଧ୍ୟରେ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ୨୪ ମେ’ରୁ ୨୮ ମେ’ ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ୨୪ ମେ’ରେ ନ୍ୟୁଜିଲାଣ୍ଡ ସହ ଓଭାଲରେ ଏବଂ ୨୮ ମେ’ରେ ବାଙ୍ଗଳାଦେଶ ସହ କାର୍ଡିଫରେ ଅଭ୍ୟାସ ମ୍ୟାଚ ଖେଳିବ ।
ଏହା ସହ ଭାରତ, ବିଶ୍ୱକପରେ ସାଉଥ ଆଫ୍ରିକା ସହ ୫ ଜୁନରେ ନିଜ ଅଭିଯାନ ଆରମ୍ଭ କରିବ । ଏହି ବିଶ୍ୱ କପରେ ୪୬ ଦିନ ମଧ୍ୟରେ ସମୁଦାୟ ୪୮ ଟି ମ୍ୟାଚ ଖେଳାଯିବ । ଏଥିରେ ସେମି ଫାଇନାଲ ଏବଂ ଫାଇନାଲ ମଧ୍ୟ ସାମିଲ ରହିଛି । ଏହା ସହ ବହୁ ପ୍ରତୀକ୍ଷିତ ଭାରତ ଏବଂ ପାକିସ୍ତାନ ମ୍ୟାଚ ‘ଓଲ୍ଡ ଟ୍ରେଫର୍ଡ’ ରେ ଖେଳାଯିବ ।


Share It

Comments are closed.