ଭୁବନେଶ୍ୱରରେ ଏମଡ଼ିପିଏଚ ପକ୍ଷରୁ ନକଲି ଅଗରବତୀ କାରଖାନାରେ ଚଢାଉ


ମୟିସୂର ଡ଼ିପ୍ ପରଫ୍ୟୁମରୀ ହାଉସ୍ (ଏମଡ଼ିପିଏଚ) ଏବଂ ଏହାର ପ୍ରମୂଖ ବ୍ରାଣ୍ଡ ଏରିଜ୍ ଏବଂ ମନ୍ଥନ ପକ୍ଷରୁ ଆଜି ଭୁବନେଶ୍ୱରରେ ନକଲି ଅଗରବତୀ ଉତ୍ପାଦନକାରୀ ଏବଂ ବିକ୍ରେତାଙ୍କ ଉପରେ ଚଢାଉ କରାଯାଇଛି । କମ୍ପାନୀ ପକ୍ଷରୁ ପୂର୍ବରୁ ସିଲିଗୂଡ଼ି, ଗୁଜୂରାଟ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ପଶ୍ଚିମ ବଙ୍ଗ ଏବଂ ନେପାଳ ଆଦି ରାଜ୍ୟରେ ଏହିପରି ଚଢାଉ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏମଡ଼ିପିଏଚର ସକ୍ରିୟ କର୍ମଚାରୀ ଏବଂ ଭୁବନେଶ୍ୱର ପୋଲିସ୍ ପକ୍ଷରୁ ମିଳିତ ଭାବରେ ଭୁବନେଶ୍ୱରରେ ଉମା ଅଗରବତୀ ଏବଂ ଦିପ୍ତିମୟୀ ପଣ୍ଡା, ଦେବସିଅ ବିଶ୍ୱାଳଙ୍କ ଉପରେ ଚଢାଉ କରାଯାଇଛି । ପୋଲିସ୍ ଦ୍ୱାରା ଚଢାଉ କରାଯାଇଥିବା ସମୁଦାୟ ସାମଗ୍ରୀର ମୂଲ୍ୟ ୧କୋଟି ଟଙ୍କା ହୋଇଥିବାବେଳେ ନକଲି ଉତ୍ପାଦନ କେନ୍ଦ୍ର ଗୁଡ଼ିକୁ ସିଲ୍ କରାଯାଇଛି । ଏହି ବ୍ୟବସାୟରେ ଲିପ୍ତଥିବା ଉତ୍ପାଦନକାରୀ ଉମାକାନ୍ତ ସାମଲ ଏବଂ ଜିତେନ୍ଦ୍ର ସାହୂଙ୍କୁ ଗିରଫ କରାଯାଇଛି । ଉକ୍ତ ନକଲି କମ୍ପାନୀ ଗୁଡ଼ିକ ଲୋକପ୍ରିୟ ବ୍ରାଣ୍ଡ ଅରିଜ୍ ଏବଂ ମନ୍ଥନର ଅବିକଳ ଲୋଗୋ,ଆର୍ଟ ୱାର୍କ ଏବଂ ଡ଼ିଜାଇନ ବ୍ୟବହାରକରି ବଜାରରେ ବିକ୍ରୟ କରୁଥିବାର ଜଣାଯାଇଛି ।
ଉକ୍ତ ଚଢାଉ ସମ୍ପର୍କରେ ଏମଡ଼ିପିଏଚର ନ୍ୟାୟିକ ବିଭାଗ ପକ୍ଷରୁ, କୁମାରୀ ଶିବାଙ୍ଗି ତାମ୍ରକର କହିଛନ୍ତିଯେ, “ସିଲିଗୂଡ଼ି, ଗୁଜୂରାଟ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ପଶ୍ଚିମ ବଙ୍ଗ ଏବଂ ନେପାଳ ଆଦି ରାଜ୍ୟରେ ଚଢାଉ କରାଯିବା ପରେ ଭୁବନେଶ୍ୱରରେ ମଧ୍ୟ ସଫଳତାର ସହିତ ନକଲି କମ୍ପାନୀ ବିରୁଦ୍ଧରେ ଚଢାଉ କରାଯାଇଛି । ଆମ୍ଭେମାନେ ଗ୍ରାହକ ମାନଙ୍କୁ ଅଗରବତୀ ଖୋଳକୁ ସଠିକ୍ରୁପେ ଯାଞ୍ଚକରି କିଣିବାକୁ ନିବେଦନ କରୁଛୁ ଏବଂ ସମାନପରି ଦେଖାଯାଉଥିବା ଉତ୍ପାଦ କ୍ରୟରୁ ବଞ୍ଚିତ ରୁହନ୍ତୁ । ଏମଡ଼ିପିଏଚ୍ର ବଜାରରେ ୬୦୦୦ କୋଟି ଟଙ୍କାର ସଂଗଠିତ ଏବଂ ଅସଂଗଠିତ ଭାରତୀୟ ଲାଇସେନ୍ସ ଷ୍ଟିକ୍ସ ବଜାର ରହିଛି ।”


Share It

Comments are closed.