ସିଏଟ ପକ୍ଷରୁ ନୂତନ ଗ୍ରିପ ଏକ୍ସ୩ ଟାୟାରର ଶୁଭାରମ୍ଭ


ସିଏଟ ପକ୍ଷରୁ ଭାରତରେ ଏହାର ନୂତନ ଟାୟାର ଗ୍ରିପ ଏକ୍ସ୩ର ଶୁଭାରମ୍ଭ କରାଯାଇଛି । ସିଏଟର ନୂତନ ଡୁଆଲ କମ୍ପାଉଣ୍ଡ ଟେକ୍ନୋଲୋଜି (ଡିସିଟି) ଯୁକ୍ତ ଏହି ଟାୟର ଗୁଡିକ ରାସ୍ତାରେ ଗିତଶୀଳ ଯାନକୁ ଗ୍ରିପ ପ୍ରଦାନ କରିବ । ସମୟ ଅନୁସାରେ ଯାନରେ ଦେଖାଯାଉଥିବା ଗ୍ରିପର ସମସ୍ୟାକୁ ଦୂର କରିବା ପାଇଁ ସିଏଟ ପକ୍ଷରୁ ଏହି କୌଶଳର ପ୍ରୟୋଗ କରାଯାଇଛି ।
ଏହି ସମ୍ପର୍କରେ କମ୍ପାନୀର ବରିଷ୍ଠ ଉପ ସଭାପତି (ମାର୍କେଟିଂ), ଶ୍ରୀଯୁକ୍ତ ନିତିଶ ବଜାଜ କହିଛନ୍ତି ଯେ, “ଡୁଆଲ କମ୍ପାଉଣ୍ଡ ଟେକ୍ନୋଲୋଜିର ବିକାଶ ସିଏଟର ନବିକରଣ ଏବଂ ଗବେଷଣା ଉପରେ କ୍ରମାଗତ ଲକ୍ଷ୍ୟ ସ୍ଥାପନାର ଫଳାଫଳ । ଗ୍ରିପ ଏକ୍ସ୩ ଭାରତର ପ୍ରଥମ ପ୍ରକାରର ଟାୟାର ଯାହା ଏହାର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ଗ୍ରିପକୁ ସମାନଭାବେ ବଜାୟ ରଖିଥାଏ । ଏହା ଚାଳକକୁ ଏକ ସୁରକ୍ଷିତ ଏବଂ ଆରାମଦାୟକ ଚାଳନାର ପ୍ରତିଶ୍ରୁତି ପ୍ରଦାନ କରିବ ।”
ଟାୟରର ବାହ୍ୟ ଅଂଶ ଖରାପ ହେବା ପରେ ଚାଳକ ସୁରକ୍ଷା ପାଇଁ ଏହାର ଆଭ୍ୟନ୍ତରୀଣ ଶକ୍ତିଶାଳୀ ସ୍ତର ଟାୟାରକୁ ଦୀର୍ଘ କାଳ ପର୍ଯ୍ୟନ୍ତ ଗ୍ରିପ ପ୍ରଦାନ କରିଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ସିଏଟ ପକ୍ଷରୁ ଏହିପରି ଉତ୍ପାଦର ପ୍ରସ୍ତୁତି, ଉପକରଣରେ ବିକାଶ, ପଦାର୍ଥର ବିକାଶ ଏବଂ ଟାୟାର ପ୍ରସ୍ତୁତି ପ୍ରକିୟାରେ ନବିକରଣ କରାଯାଇଛି । ଭଲ ଗୁଣବତ୍ତାର ଟାୟାରର ଚାହିଦାକୁ ନଜରରେ ରଖି ଭାରତୀୟ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ରଭାବେ ପ୍ରସ୍ତୁତି କରାଯାଇଛି ।


Share It

Comments are closed.