ରଣପୁରରେ ନୂଆ ମୁହଁ ଖୋଜୁଛି ବିଜେଡି


ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରୀ ହୋଇ ନଥିବାବେଳେ ତେବେ ସରିଆସୁଛି ସମସ୍ତଙ୍କ କାର୍ଯ୍ୟକାଳ । ବର୍ତ୍ତମାନ ସମସ୍ତ ରାଜନୈତିକ ସଜବାଜ ଆରମ୍ଭ କରିଦେଲେଣି । କର୍ମୀଙ୍କୁ ଡାକି କିଏ କେଉଁଠି ବନ୍ଧୁ ମିଳନ କରୁଛି ତ ଆଉ କିମ୍ବା ବଡ ବଡ ସଭା ଆୟୋଜନ କରି କର୍ମୀଙ୍କୁ ଗୁରୁ ମନ୍ତ୍ରଣା ଦେଉଛନ୍ତି । ତେବେ ସବୁଠାରୁ ମୂଳ କଥା ବର୍ତ୍ତମାନ ଟିକେଟ ହାତେବ କିଏ ? ତେବେ ଏହି ସମରସଜା ଭିତରେ ଏଥିରୁ ବାଦ ପଡି ନାହିଁ ନୟାଗଡ ଜିଲ୍ଲାର ରଣପୁବ ନିର୍ବାଚନ ମଣ୍ଡଳୀ ।
ନୟାଗଡ ଜିଲ୍ଲାର ରୁଣପୁର ବ୍ଲକ ଏବଂ ୧୫ଟି ଗ୍ରାମପଞ୍ଚାତ ମିଶି ରହିଛି ରଣପୁର ନିର୍ବାଚନ ମଣ୍ଡଳୀ । ବିଜେଡି ହେଉ କିମ୍ବା ବିଜେପି ବା କଂଗ୍ରେସ, ଏହି ନିର୍ବାଚନ ମଣ୍ଡଳରେ ଅନ୍ୟ ନିର୍ବାଚନ ମଣ୍ଡଳୀ ଭଳି ବେଶ ଆଶାୟୀ ପ୍ରାର୍ଥୀ ନଥିବାବେଳେ ତଥାପି ଏହାକୁ କୌଣସି ରାଜନୈତିକ ଦଳ ଅଣଦେଖା କରିପାରିବେ ନାହିଁ । କାରଣ ଏହା ନୟାଗଡ ଜିଲ୍ଲାର ରାଜନୀତିକୁ ଅଧିକ ଉଷ୍ମ କରି ରଖିଛି ।

ଏହି ନିର୍ବାଚନ ମଣ୍ଡଳୀ ଗତ ୧୦ ବର୍ଷ ହେବ ବିଜେଡି ଅକ୍ତିଆରରେ ଥିବାବେଳେ ତେବେ ମିଳିଥିବା ସୂଚନା ମୁତାବକ ଦଳ ବର୍ତ୍ତମାନ ଏଠାରେ ନୂଆ ମୁହଁ ଖୋଜୁଛି । ୨୦୧୪ରେ ଏଠାରୁ ‘ରବିନାରାଣୟ ମାହାପାତ୍ର’ ବୁଜେଡିରୁ ପ୍ରାର୍ଥୀ ହୋଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ‘ସୁରମା ପାଢୀ’ଙ୍କୁ ୧୦ ହଜାରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ପରାଜିତ କରାଇଥିଲେ ।
ପୂର୍ବରୁ ଏହା ଅଣବିଜେଡି ଗଢ ଥିବାବେଳେ ଗତ ୧୦ ବର୍ଷ ହେବ ଏହା ବିଜେଡି ହାତରେ ରହିଛି । ତେବେ ରବିଙ୍କ ପୂର୍ବରୁ ଏଠାରୁ ‘ସତ୍ୟନାରାୟଣ ପ୍ରଧାନ’ ବିଜେଡିରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଛି ଯେ, ବିଜେଡି ଦଳର ସୁପ୍ରିମୋ ‘ନବୀନ ପଟ୍ଟନାୟକ’ ଏଥର କାହା ଉପରେ ନିଜର ଆସ୍ଥା ପ୍ରକଟ କରୁଛନ୍ତି ।

ତେବେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ରବିଙ୍କୁ ଅନ୍ୟତ୍ର ପ୍ରାର୍ଥୀ କରାଯିବ କି ନାହଁ ତାହା ପରବର୍ତ୍ତି ଅବସ୍ଥାରେ ଜଣାପଡିବ ।
ତେବେ ବିଜେଡି ପକ୍ଷରୁ ଏଠାରେ ନୂୂଆ ମୁହଁ ରୂପେ ରାଜ୍ୟ ଯୁବ ବିଜେଡିର ଉପ-ସଭାପତି ରାକେଶ ରାମଙ୍କ ନାମ ପ୍ରଥମ ଲିଷ୍ଟରେ ଆସୁଥିବାବେଳେ ସେ ରଣପୁର ନିର୍ବାଚନ ମଣ୍ଡଳୀରେ ଯୁବ ବର୍ଗଙ୍କ ପାଇଁ ନୂଆ ଆଶା ରୂପେ ଉଭା ହୋଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ରାକେଶଙ୍କର ଏହି ଅଞ୍ଚଳରେ ବେଶ ଦବଦବା ଥିବାବେଳେ ତାହା ବର୍ତ୍ତମାନ ଦଳୀୟ କର୍ମୀଙ୍କ ମଧ୍ୟ ଆଲୋଚନାର ବିଷୟ ସାଜିଛି ।
ଗତ ପଞ୍ଚାୟତ ନିର୍ବାଚନ ପରେ ଏଠାରେ ବିଜେପିର ପ୍ରଭାବ ବେଶ ପ୍ରଭାବ ବଢିଯାଇଥିବାବେଳେ ଏହାକୁ ପୁଣିଥରେ କିପରି ବିଜେପିକୁ ପ୍ରଭାବଶୂନ୍ୟ କରାଯିବା ସେଥିପାଇଁ ହାଇକମାଣ୍ଡ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏଠାରେ ଅନ୍ୟ ଅଞ୍ଚଳ ଭଳି ତ୍ରିମୁଖୀ ଲଢେଉ ଦେଖିବାକୁ ମିଳିବ ନାହିଁ କାରଣ କଂଗ୍ରେସ ଏଠାରେ ପ୍ରଭାବ ଶୂନ୍ୟ ରହିଛି ।


Share It

Comments are closed.