Mahindra debuts Electric Origin SUVs Named XEV 9e and BE 6e
ଭୁବନେଶ୍ୱର: ୨୦୨୪ ନଭେମ୍ବର୨୬ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଅନଲିମିଟ୍ ଇଣ୍ଡିଆ ୱାର୍ଲଡ୍ ୱାର୍ଲଡ୍ ପ୍ରିମିୟର୍ର ଇଲେକ୍ଟ୍ରିକ୍ ଅରିଜିନ୍ ଆଇଏନଜିଏଲଓ ଢାଂଚାରେ ଦୁଇ ଅଗ୍ରଣୀ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ଏକ୍ସଇଭି ଓ ବିଇକୁ ଉନ୍ମୋଚନ କରାଯାଇଛି। ଉଭୟ ବ୍ରାଣ୍ଡ୍ ପକ୍ଷରୁ ପ୍ରଥମ ଫ୍ଲାଗ୍ସିପ୍ ଉତ୍ପାଦ ଏକ୍ସଇଭି ୯ଇ ଓ ବିଇ ୬ଇକୁ ଉନ୍ମୋଚନ କରାଯିବ।
ଆଇଏନଜିଏଲଓ ଢାଂଚାରେ ପ୍ରସ୍ତୁତ କରାଯାଇଥିବା ଏହି ଉତ୍ପାଦ ହୃଦୟରେ ଭାରତୀୟ ଓ ଆଭିମୁଖ୍ୟ ବିଶ୍ୱସ୍ତରୀୟ ହୋଇଥିବା ବେଳେ ଏଥିରେ ବିଭିନ୍ନ ଇଂଟେଲିଜେଂଟ୍ ଓ ଆକର୍ଷଣୀୟ ନବସୃଜନ ରହିଛି। ଶ୍ରେଣୀର ଅଗ୍ରଣୀ ସୁରକ୍ଷା ମାନକଠାରୁ ଆରମ୍ଭ କରି ଉନ୍ନତ ପ୍ରଦର୍ଶନ, ରେଂଜ୍ ଓ ଦକ୍ଷତା ସହିତ ଆଇଏନଜିଏଲଓକୁ ବିବିଧ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି।
ଏକ୍ସଇଭି ୯ଇ ବିଳାସପୂର୍ଣ୍ଣ ଇଲେକ୍ଟ୍ରିକ୍ ଯାନକୁ ପୁନପରିକଳ୍ପନା କରିବ ଏବଂ ବିଇ ୬ଇ ବଳିଷ୍ଠ, ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ପ୍ରଦାନ କରିବ। ଭାରତର ଏହି ଦୁଇ ସଂସ୍ଥା ଅତୁଳନୀୟ ଡିଜାଇନ୍, ପ୍ରଯୁକ୍ତି ଓ ପ୍ରଦର୍ଶନ ଜରିଆରେ ସାରା ବିଶ୍ୱରେ ସମସ୍ତଙ୍କୁ ଅତିକ୍ରମ କରିବାକୁ ପ୍ରସ୍ତୁତ।
