ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ନିଜ ପଦବୀରୁ ଇସ୍ତଫା ଦେଲେ ଆଇପିଏସ ଅଧିକାରୀ


ବରିଷ୍ଟ ଆଇପିଏସ ଅଧିକାରୀ ଅବଦୁର ରେହମାନ ନାଗରିକତା ସଂଶୋଧନ ବିଲ ପାସକୁ ବିରୋଧ କରି ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ମହାରାଷ୍ଟ୍ର ମାନବ ଅଧିକାର ଆୟୋଗରେ ଆଇଜିପି ପଦବୀରେ ଥିବାବେଳେ ସେ ଟ୍ୱିଟରେ ଏହି ବିଲକୁ ବିରୋଧ କରି ନିଜ ଚାକିରିରୁ ଇସ୍ତଫା ଦେଇଥିବାର ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ନାଗରିକତା ସଂଶୋଧନ ବିଲ ସମ୍ବିଧାନର ମୂଳ ଢାଞ୍ଚାର ସମ୍ପୂର୍ଣ୍ଣ ବିପରୀତ ଅଟେ । ମୁଁ ଏହି ବିଲକୁ ନିନ୍ଦା କରୁଛି । ଏବଂ କାଲି ଠାରୁ ଅଫିସ ନ ଯିବା ସହ ନିଜ ଚାକିରିରୁ ଇସ୍ତଫା ଦେଉଛି । ”

ଅବଦୁର ଟ୍ୱିଟରେ ନିଜ ଇସ୍ତଫା ପତ୍ରର ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ସେଥିରେ ଅବଦୁର ଭିଆରଏସ ପାଇଁ ଦାବୀ ମଧ୍ୟ କରିଛନ୍ତି । ସେହି ଇସ୍ତଫା ପତ୍ରରେ ଅବଦୁର ଲେଖିଛନ୍ତି ଯେ, ‘ମୁଁ ଭିଆରଏସ ପାଇଁ ଅଗଷ୍ଟ ୧୯ରୁ ଆବେଦନ କରିଥିଲି । ଏହା ପରେ ୨୫ ଅକ୍ଟୋବର ୨୦୧୯ରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମୋର ଭିଆରଏସ ପାଇଁ ସୁପାରିସ କରିଥିବାବେଳେ କିନ୍ତୁ ଗୃହ ମନ୍ତ୍ରାଳୟା ଏହାକୁ ସ୍ୱୀକାର କରିନଥିଲେ । ’
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ନାଗରିକତା ସଂଶୋଧନ ବିଲ ଭାରତର ଧର୍ମନିରପେକ୍ଷତା ଉପରେ କୁଠାରଘାତ । ସେଥିପାଇଁ ସମସ୍ତ ନ୍ୟାୟପ୍ରିୟ ଲୋକଙ୍କୁ ଏହି ବିଲକୁ ବିରୋଧ କରିବା ପାଇଁ ମୁଁ ବାଦୀ କରୁଛି । ଏହା ସମ୍ବିଧାନ ମୂଳ ଢାଞ୍ଚାର ସମ୍ପୂର୍ଣ୍ଣ ବିପରୀତ । ଏହା ସମ୍ବିଧାନର ଅନୁଛେଦ ୧୪,୧୫ ଏବଂ ୨୫କୁ ଉଲଘଂନ କରୁଛି । ”


Share It

Comments are closed.