୯୭ ବର୍ଷରେ ପଦାର୍ପଣ କଲେ ଦୀଲିପ


ଦଶନ୍ଧିର ସବୁଠାରୁ ଶ୍ରେଷ୍ଠ ଅଭିନେତା ଦୀଲିପ କୁମାର ଏକ ସମୟରେ ବଲିଉଡରେ ରାଜ କରୁଥିଲେ । ତାଙ୍କ ସମୟରେ ଏଭଳି କୌଣସି ଜଣେ ଅଭିନେତ୍ରୀ ନଥିଲେ ଯିଏକି ଦୀଲିପଙ୍କ ସହ କାମ କରିବା ପାଇଁ ଚାହୁଁନଥିଲେ । ସେ ଦୀର୍ଘ ଦଶନ୍ଧି ଧରି ନିଜର ଶ୍ରେଷ୍ଠ ଅଭିନୟ ଦ୍ୱାରା ଅନେକ ଦର୍ଶକଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ଦୀଲିପଙ୍କ ଜଲୱା କେବଳ ଭାରତରେ ସୀମିତ ନଥିଲା ବରଂ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଥିଲେ ।
ତେବେ ଦଶନ୍ଧିର ଏହି ଶ୍ରେଷ୍ଟ ଅଭିନେତାଙ୍କ ଆଜି ୯୭ତମ ଜନ୍ମଦିନ ଥିବାବେଳେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ତାଙ୍କର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ସେ ଟ୍ୱିଟ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, “ଜନ୍ମଦିନରେ ଅନେକ କଲ ଏବଂ ମେସଜ ପାଇଁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । ମୋ ପାଇଁ ଜନ୍ମଦିନର ଉତ୍ସବ ମହତ୍ତ୍ୱପୂର୍ଣ୍ଣ ନୁହେଁ । ଆପଣଙ୍କ ଅସୀମ ପ୍ରେମ, ଭଲ ପାଇବା ଏବଂ ସ୍ନେହରେ ସର୍ବଦା ମୋ ଆଖି କୃତଜ୍ଞତାର ଲୁହ ବୁଢି ରହିଥାଏ । ”


Share It

Comments are closed.