ଅଜବ ଗାଁର ଗଜବ ନିୟମ, ଯେଉଁଠାରେ ଛୁଆ ଜନ୍ମ କରିବା ହେଉଛି ମହାପାପ


ଦୁନିଆରେ ଏଭଳି କେତେକ ଯାଗା ରହିଛି, ଯେଉଁଠାରେ ଅନ୍ଧବିଶ୍ୱାସ ଏବଂ ନିଜର ଅଜବ ପରମ୍ପରା ଯୋଗୁଁ ସେମାନେ ସର୍ବଦା ଚର୍ଚ୍ଚାର ପରିସରରେ ରହି ଆସିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଯାଗା ସଂପର୍କରେ ଯାହା ବିଷୟରେ ହୁଏତ ଆପଣ ଅଳ୍ପ କିଛି ଜାଣିଥିବେ । ଦକ୍ଷଣ ଆଫ୍ରିକାର ଘାନାରେ ରିହଛି ‘ମାଫି ଡୋବେ’ ନାମ କ ଗାଁ, ଯେଉଁଠାରେ ପ୍ରାୟ ୫୦୦୦ ହଜାର ଲୋକ ବସବାସ କରିଥାନ୍ତି ।
ସାରା ବିଶ୍ୱରେ ଏହା ହେଉଛି ଏଭଳି ଏକ ଗ୍ରାମ ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଜଣେ ଦମ୍ପତି ଛୁଆ ଜନ୍ମ କରିନାହାନ୍ତି ଏବଂ ଏଠାରେ କାହାକୁ ସମାଧି ମଧ୍ୟ ଦିଆଯାଇ ନାହିଁ । କେବଳ ଏତିକି ନୁହେଁ ଏହି ଗ୍ରାମରେ ପଶୁ କିମ୍ବା ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିନଥାଏ ।
ଘାନାରେ ଏଭଳି ଅନେକ ସମୁଦାୟ ରହିଛନ୍ତି, ଯେଉଁଠାରେ ସେମାନଙ୍କର ବିଚିତ୍ର ଆଇନ-କାନୁନ ରହିଥିଲେ ମଧ୍ୟ ‘ମାଫି ଡୋବେ’ ହେଉଛି ସବୁଠାରୁ ଅନ୍ୟତମ । ଗ୍ରାମରେ ବସବାସ କରୁଥିବା ଲୋକଙ୍କ ମନରେ ଏହା ଧାରଣା ରହିଛି ଯେ, ଯଦି କୌଣସି ଦମ୍ପତି ଏହି ଗ୍ରାମରେ ଛୁଆ ଜନ୍ମ କରନ୍ତି, ତେବେ ଗ୍ରାମର ଇଷ୍ଟଦେବତା କ୍ରୋଧିତ ହୋଇଯିବେ ଏବଂ ଗ୍ରାମକୁ ଅଭିଶକ୍ତ କରିଦେବେ ।

ଯଦି ବି ଏହି ଗ୍ରାମରେ କେହିବି ଗର୍ଭବତୀ ହୋଇଥାନ୍ତି ତେବେ ପ୍ରସବ ପୂର୍ବରୁ ତାଙ୍କୁ ତୁରନ୍ତ ନିଟକସ୍ଥ ଗ୍ରାମକୁ ଲୋକମାନେ ନେଇଯାଇଥାନ୍ତି । ଏହି ଗ୍ରାମରେ ଏଭଳି ତିନୋଟି କଠୋର ପରମ୍ପରା ରହିଛି, ଯାହାକୁ ସମସ୍ତେ ପାଳନ କରିବା ବାଧ୍ୟ । ଏହି ଗ୍ରାମରେ ଛୋଟ ହେଉ କିମ୍ବା ବଡ ପଶୁକୁ ମଧ୍ୟ ଆପଣ ଦେଖିବାକୁ ପାଇବେ ନାହିଁ ।
ଏହି ଗ୍ରାମରେ ଏଇ ନିୟମ ଅଛି ଯେ, ଆପଣ ନିକଟସ୍ଥ ଗାଁରୁ କୌଣସି ପଶୁକୁବି ନିଜ ଘରକୁ ଆଣିପାରିବେ କିନ୍ତୁ ଉକ୍ତ ପଶୁକୁ ଆପଣ ନିଜ ଘରେ ଅଧିକ ସମୟ ଧରି ରଖିପାରିବେ ନାହିଁ ତାକୁ ସେହି ଦିନହିଁ ବଳି ଚଢାଇବାକୁ ପଡିଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯଦି ଏହି ଗ୍ରାମରେ କୌଣସି ବି ଜଣଙ୍କର ମୃତ୍ୟୁ ହେଲେ ତେବେ ଉକ୍ତ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନିଜ ଗ୍ରାମରେ ନକରି ବାହାର ଗ୍ରାମରେ କରାଯାଇଥାଏ ।


Share It

Comments are closed.