ଜଳଯାତ୍ରା ପରେ ଏବେ ରେଳଯାତ୍ରା କରିବେ ପ୍ରିୟଙ୍କା


କଂଗ୍ରେସ ମହାସଚିବ ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ନିଜର ନୌକା ଯାତ୍ରା ପରେ ବର୍ତ୍ତମାନ ରେଳଯାତ୍ରା ଦ୍ୱାରା ନିଜର ଆଗାମୀ ଲୋକସଂପର୍କ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରିୟଙ୍କା ୨୭ ମାର୍ଚ୍ଚରୁ ଦିଲ୍ଲୀରୁ ଫୈଜାବାଦକୁ ରେଳଯାତ୍ରା କରିବାର ଏକ କାର୍ଯ୍ୟକ୍ରମ ରହିଛି । ଭୋଟରଙ୍କ ସହ ଲୋକସଂପର୍କ ବଢାଇବା ପାଇଁ ଏହା ହେଉଛି ପ୍ରିୟଙ୍କାଙ୍କ ନୂଆ ରଣନୀତି । ଯାହାଦ୍ୱାରା ସେ ସିଧାସିଧା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ଗରିବ ଲୋକଙ୍କ ମଧ୍ୟରେ କଂଗ୍ରେସର ଛାପ ପହଞ୍ଚାଇବା ପାଇଁ ସକ୍ଷମ ହୋଇପାରିବେ ।
ଏହା ପରେ ପ୍ରିୟଙ୍କା ଉତ୍ତରପ୍ରଦେଶର ଅଯୋଧ୍ୟାରେ ମଧ୍ୟ ଏକ ରୋଡ ସୋ’ କରିବାର ଯୋଜନା ମଧ୍ୟ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଯୋଜନାର କାର୍ଯ୍ୟସୂଚୀ ସଂପର୍କରେ କିଛିବି ସ୍ପଷ୍ଟ ହୋଇନଥିବାବେଳେ, ପ୍ରିୟଙ୍କା ଏହି ପବିତ୍ର ସହରର କେଉଁ ଠାରୁ ନିଜର ଆଗାମୀ ନିର୍ବାଚନୀ ଶୋଭାଯାତ୍ରା ବାହାର କରିବେ ତାହା ବର୍ତ୍ତମାନ ସମସ୍ତଙ୍କ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି ଏହା ପୂର୍ବରୁ ପ୍ରିୟଙ୍କା ପ୍ରୟାଗରାଜରୁ ବାରାଣାସୀକୁ ଜଳପଥ ଯୋଗେ ଏକ ଶୋଭାଯାତ୍ରା ବାହାର କରିଥିଲେ । ଯାହାକି ବିରୋଧୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ମଧ୍ୟ ସାଜିଥିଲା ।


Share It

Comments are closed.