ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟ ବାଦ ପଡିଲେ ଆଡଭାନୀ


ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ, ଡଃ. ଦିନେଶ ଶର୍ମା, ମହେନ୍ଦ୍ର ନାଥ ପ୍ରସାଦଙ୍କ ସମେତ ଦଳର ଅନ୍ୟାନ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ବିଜେପି ଅନ୍ତର୍ଭୁକ୍ତ କରିଥିବାବେଳେ ଏଥିରୁ ବାଦ ପଡିଛନ୍ତି ଦଳର ହେଭିୱେଟ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଶୀ । ବିଜେପି ପକ୍ଷରୁ ସଦ୍ୟ ପ୍ରକାଶିତ ହୋଇଥିବା ଏହି ଷ୍ଟାର ପ୍ରଚାରକ ତାଲିକାରେ ଆଡଭାନୀ, ମୁରଲୀ ମନୋହର ଏବଂ ମନେକା ଗାନ୍ଧୀଙ୍କ ସମେତ ବରୁଣ ଗାନ୍ଧୀଙ୍କ ନାମକୁ ମଧ୍ୟ ବାଦ ଦିଆଯାଇଛି ।
ପୂର୍ବରୁ ଲାଲକୃଷ୍ଣ ଦଳରେ କୋଣଠେସା ହୋଇରହିଥିବାବେଳେ ବର୍ତ୍ତମାନ ଦଳ ପକ୍ଷରୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦିଆଯାଇ ନାହିଁ ।
ପ୍ରକାଶ ଥାଉକି ଲାଲକୃଷ୍ଣ ଆଡଭାନୀଙ୍କ ପରେ ବର୍ତ୍ତମାନ କାନପୁର ସାଂସଦ ମୁରଲୀ ମନୋହର ଯୋଶୀ ମଧ୍ୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଯେଉଁ ନେତାମାନଙ୍କ ନାମ ସାମିଲ କରାଯାଇଛି, ସେମାନେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକାରୀ, ଅରୁଣ ଜେଟଲୀ, ସୁସମା ସ୍ୱରାଜ, ସ୍ମୃତି ଇରାନୀ ଆଦି ପ୍ରମୁଖ ରହିଛନ୍ତି ।
ଏମାନଙ୍କ ସମେତ ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନ, ନିର୍ମଲା ସୀତାରମଣ, ଉମା ଭାରତୀ, ପିୟୁସ ଗୋଏଲ, ମୁଖତର ଅଲ୍ଲୀ ଅବାସ, ହେମା ମାଲିନୀ, ସତପାଲ ମହାରାଜ, ଶିବ ପ୍ରକାଶ, ସୁନୀଲ ବଂଶଲ, ମନୋଜ ତିୱାରୀଙ୍କ ସମେତ ଦଳର ପ୍ରମୁଖ ନେତା ନିର୍ବାଚନୀ ପ୍ରଚାର ସମ୍ଭାଳିବେ ।


Share It

Comments are closed.