ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମର୍ଥନ


ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମର୍ଥନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ଏକ ଗଣତାନ୍ତ୍ରୀକ ରାଷ୍ଟ୍ରରେ ନିଜ ଅଧିକାର ପାଇଁ ଆନ୍ଦୋଳନ କରିବା ସମସ୍ତଙ୍କର ଅଧିକାର । କିନ୍ତୁ ସରକାର ଯେପରି ଶକ୍ତି ପ୍ରୟୋଗ କରି ଚାଷୀମାନଙ୍କୁ ରାଜଧାନୀକୁ ପ୍ରବେଶ କରାଇ ଦେଉ ନାହାନ୍ତି, ତାହା ଅତ୍ୟନ୍ତ ନିନ୍ଦାଜନକ ଓ ଆମେ ଏହାକୁ ବିରୋଧ କରୁଛୁ । ଏହି ବନ୍ଦକୁ ନେଇ ପୂର୍ବରୁ କଂଗ୍ରେସ, ବିଜେପି ପକ୍ଷରୁ ନୈତିକ ସମର୍ଥନ ଦିଆଯାଇଥିଲା ।


Share It

Comments are closed.