ରୋଷ୍ଟେକ ପକ୍ଷରୁ ଏରୋ ଇଣ୍ଡିଆ ୨୦୧୯ରେ ୨୦୦ରୁ ଅଧିକ ଉପକରଣ ପ୍ରଦର୍ଶିତ


ଫେବୃଆରୀ ୨୦ ରୁ ୨୪ ପର୍ଯ୍ୟନ୍ତ ବାଙ୍ଗାଲୋରର ମିଲିଟାରୀ ଏୟାର ବେସ ୟେଲାହାଙ୍କା ଠାରେ ଅନୁଷ୍ଠିତ ହେବାକୁଥିବା ଏରୋ ଇଣ୍ଡିଆ ୨୦୧୯ରେ ରୋଷ୍ଟେକ ଷ୍ଟେଟ କର୍ପୋରେସନ ପକ୍ଷରୁ ୨୦୦ରୁ ଅଧିକ ସଂଖ୍ୟକ ଅତ୍ୟାଧୁନିକ ସିଭିଲ ଏବଂ ମିଲିଟାରୀ ଉପକରଣର ପ୍ରଦର୍ଶନ କରିବାକୁ ଯାଉଛି । ଭାରତ ରୋଷ୍ଟେକ ଉପସ୍ଥିତିର ଏକ ରଣନିତୀକ କ୍ଷେତ୍ର । ବିଗତ ବର୍ଷ ଋଷିଆ ଏବଂ ଭାରତ ମଧ୍ୟରେ ହସ୍ତାକ୍ଷର କରାଯାଇଥିବା ଅନୁବନ୍ଧନ ଋଷିଆନ ମିଲିଟାରୀ ଉପକରଣ ଯୋଗାଣ ମାତ୍ରା ବୃଦ୍ଧି କରିଥିବାବେଳେ ଭାରତୀୟ ଉଦ୍ୟୋଗରେ ନିର୍ମାଣ କ୍ଷେତ୍ରର ଶୁଭାରମ୍ଭ କରାଯାଇଛି । ରୋଜୋବର୍ଣ୍ଣ ଏକ୍ସପର୍ଟର ୨୦୧୮ ଶୃଙ୍ଖଳାରେ ଭାରତୀୟ ଅର୍ଡର ଆମେରେକୀୟ ଡଲାର ୧୦ ବିଲିୟନକୁ ବୃଦ୍ଧି ପାଇଛି ।

ଆନ୍ତର୍ଜାତୀୟ କୋଅପରେସନ ପାଇଁ ରୋଷ୍ଟେକର ନିର୍ଦ୍ଦେଶକ, ଭିକ୍ଟର କ୍ଲାଡୋଭ କହିଛନ୍ତିଯେ, “ଋଷିଆ ଏବଂ ଭାରତ ଦ୍ୱିପାକ୍ଷିକ ଉଦ୍ୟୋଗ ସହଯୋଗୀତାରେ ଅତ୍ୟାଧୁନିକ ବିଶେଷତା ସୃଷ୍ଟି କରିପାରିଛି ଏବଂ ସେମାନେ ମିଲିଟାରୀ କ୍ଷେତ୍ରରେ ମୁଖ୍ୟ ଲକ୍ଷ୍ୟ ସ୍ଥାପନା କରି ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ମିଳିତ ପ୍ରୋଜେକ୍ଟ ପ୍ରଦାନ କରିପାରୁଛନ୍ତି । ଋଷିଆ ଏପରି ଏକ ଦେଶ ଯାହା ଭାରତକୁ ମେକ ଇନ୍ ଇଣ୍ଡିଆ ଶବ୍ଦ ପ୍ରାରମ୍ଭରୁ ସମର୍ଥନ କରିଆସୁଛି । ଆମ୍ଭେମାନେ ଏରୋ ଇଣ୍ଡିଆ ୨୦୧୯ରେ ଉଭୟ ସିଭିଲ ଏବଂ ମିଲିଟାରୀ ବ୍ୟବହାର ପାଇଁ ୨୦୦ରୁ ଅଧିକ ସଂଖ୍ୟକ ଉପକରଣର ଆଣିଛୁ ।”

ରୋଜୋବର୍ଣ୍ଣ ଏକ୍ସପର୍ଟ ହେଉଛନ୍ତି ଏକ ମିଳିତ ଋଷିଆନ ପ୍ରଦର୍ଶନୀର ଆୟୋଜକ, ଯାହା ଅନ୍ୟମାନଙ୍କ ଠାରୁ ଅତ୍ୟାଧୁନିକ ଋଷିଆନ ଏୟାରକ୍ରାଫ୍ଟ ତଥା ମଲ୍ଟିଫକ୍ସନାଲ ଫ୍ରଣ୍ଟଲାଇନ ଫାଇର ଏମଆଇଜି-୩୫, ବହୁଉଦ୍ଦେଶ୍ୟକାରୀ ଉଚ୍ଚ ଯୁଦ୍ଧଭ୍ୟାସୀ ଫାଇଟର ଏସୟୁ- ୩୫, ଟ୍ୟାଙ୍କର ଏୟାରକ୍ରାଫ୍ଟ ୨-୭୮ ଏମକେ-୯୦ଏ, ମିଲିଟାରୀ ଏୟାରକ୍ରାଫ୍ଟ ୨-୭୬ଏମଡି-୯୦ଏ(ଇ) ଏବଂ ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ୟାକ-୧୩୦ ପ୍ରଦାନ କରୁଛି ।


Share It

Comments are closed.