‘ବିଜୁବାବୁ’ ଡିଜିଟାଲ୍ ପୋଷ୍ଟର ରିଲିଜ


ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା ‘ବିଜୁବାବୁ’ର ଡିିଜିଟାଲ୍ ପୋଷ୍ଟର ଆଜି ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଅଭିନେତା ଅନୁଭବ ମହାନ୍ତି ମୂଖ୍ୟ ଭୁମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୁପ୍ରିୟା ନାୟକ ନଜରରେ ଆସୁଛନ୍ତି । ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଏଲିଆନୋରା ଇମେଜେସ୍, ଅକ୍ଷୟ ପରିଜା ପ୍ରଡକ୍ସନ ଓ ପ୍ରକାଶ ଫିଲ୍ମସର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ଦେବୀପ୍ରସାଦ ଲେଙ୍କା ଓ ଭିସାଲ ମୋର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟିକୁ ସହ-ପ୍ରଯୋଜନା ଦେଇଛନ୍ତି ଶ୍ରୀ ମାନବ ରଥ, ବର୍ଣ୍ଣାଳୀ ରଥ ଓ ଅନୁଜ ତ୍ୟାଗୀ । ଏଥେôର ଥିବା ପାଞ୍ଚଟି ଗୀତଗୁଡ଼ିକରେ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିର୍ଦ୍ଦେଶନା ପ୍ରଦାନ କରିଛନ୍ତି । ଖଣ୍ଡଗିରିସ୍ଥିତ ସାରସ୍ୱତ ଷ୍ଟୁଡିଓରେ ଏହାର ଲଇଭ ସଙ୍ଗ୍ ରେକର୍ଡିଂ କରାଯାଇଛି ।ଏହି ଚଳଚ୍ଚିତ୍ରଟିକୁ ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଉପହାର ରୂପେ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ସିନେମାର ପ୍ରଯୋଜକ ଶ୍ରୀଯୁକ୍ତ ନୀଳମାଧବ ପଣ୍ଡା କହିଛନ୍ତି ଯେ- “ଓଡ଼ିଶାରେ ଜନ୍ମ ନେଇ ମୁଁ ଗର୍ବିତ । ‘ବିଜୁବାବୁ’ ସିନେମା ମାଧ୍ୟମରେ ଓଡ଼ିଶା ଲାଗି କିଛି କରିବାର ସୁଯୋଗ ମୋ ଲାଗି ଗୌରବର କଥା । ଆସନ୍ତା ଉତ୍କଳ ଦିବସ ଅବସରରେ ଓଡ଼ିଶାର ଜନ ସାଧାରଣମାନଙ୍କୁ ଆମେ ଏଇ ସିନେମାଟିକୁ ଭେଟିଦେବୁ । ସିନେମାଟିରେ ଓଡ଼ିଶାର ଜାତୀୟ ଜୀବନ ଓ ଜାତୀୟବୋଧତାର ଚିତ୍ର ନିଶ୍ଚୟ ରହିବ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନର ସବୁଠାରୁ ସୁନ୍ଦର ଆଦର୍ଶ ଏଥିରେ କଳାତ୍ମକ ଭାବେ ପରିଦର୍ଶିତ ହେବ ବୋଲି ମୁଁ ଆପଣଙ୍କୁ ଦୃଢ଼ ପ୍ରତିଶୃତି ଦେଉଛି ।” ଏହି ଅବସରରେ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରକାଶ କରିଛନ୍ତି, “ଏଥିରେ ସମୁଦାୟ ପାଞ୍ଚଟି ଗୀତ ରହିଛି, ଯେଉଁଥିରେ ହ୍ୟୁମାନ ସାଗର, ଆଶୁତୋଶ, ଦିପ୍ତିରେଖା ଓ ଅନନ୍ୟାଙ୍କ ଭଳି ପ୍ରମୂଖ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ଆମେ ଆଶା କରୁଛୁ ଯେ, ଏଗୁଡ଼ିକ ଦର୍ଶକମାନଙ୍କ ହୃଦୟକୁ ନିଶ୍ଚିତ ଭାବେ ଛୁଇଁବ ।”


Share It

Comments are closed.