ଓଡିଶାକୁ ମଦ ମୁକ୍ତି କରିବା ପାଇଁ ବିଶାଳ ବାଇକ ର‌୍ୟାଲି


ମଦମୁକ୍ତି ଯୁବବାହିନୀ ପକ୍ଷରୁ ଓଡିଶାରୁ ମଦ ହଟାଯିବା ଦାବିରେ ରାଜଧାନୀରେ ଏକ ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ସଙ୍ଗଠନର ଶତାଧିକ କାର୍ଯ୍ୟକର୍ତ୍ତା ରାଜଧାନୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ମଦର ଭୟାଭୟତା ଏବଂ ଏହାର ସମ୍ପ୍ରସାରଣରେ ରାଜ୍ୟସରକାରଙ୍କ ସମ୍ପୃକ୍ତି ବିଷୟରେ ଲୋକ ମାନଙ୍କୁ ଜଣାଇଥିଲେ । ଶୋଭାଯାତ୍ରାର ଶେଷରେ ଏକ ଜ୍ଞାପନ ଅବକାରୀ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଦିଆଯାଇଥିଲା । ସଙ୍ଗଠନ ପକ୍ଷରୁ ତତକ୍ଷେଣାତ ମଦବିରୋଧି ଆଇନ୍ କାର୍ଯ୍ୟକାରୀ କରିବା ପାଇଁ ନଚେତ୍ ନିର୍ବାଚନରେ ଏହାର ଫଳାଫଳ ଭୋଗ କରିବା ପାଇଁ ଚେତାବନୀ ଦିଆଯାଇଛି ।
ମଦମୁକ୍ତି ଯୁବବାହିନୀ ଗଠନର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ଏହି ବାଇକ୍ ରାଲିରେ ସଙ୍ଗଠନର ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଥିଲେ । ସଙ୍ଗଠନ ପକ୍ଷରୁ ଆସନ୍ତା ନିର୍ବାଚନ ଆଚରଣ ବିଧିଲାଗୁ ହେବା ପୂର୍ବରୁ ଓଡିଶାକୁ ମଦମୁକ୍ତ ଘୋଷଣା କରାଯିବା ସହ ଏହାର କାର୍ଯ୍ୟକାରୀ କରାଯିବା ପାଇଁ ଅବକାରୀ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ନଚେତ୍ ଅବକାରୀ ମନ୍ତ୍ରୀ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ତାଙ୍କ ନିର୍ବାଚନ ମଣ୍ଡଳୀରୁ ମଦମୁକ୍ତି ଯୁବବାହିନୀଙ୍କୁ ବିପକ୍ଷ ଭାବରେ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଏହି ଯାତ୍ରା ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନେ ମଦବିରୋଧି ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ରାଜ୍ୟରେ ଏହାର ପ୍ରସାରରେ ସରକାରଙ୍କ ସିଧା ସଂମ୍ପୃକ୍ତି ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ ।
ଏହି ଅବସରରେ ସୂଚନା ଦେଇ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି ଆବାହକ ମଦମୁକ୍ତି ଯୁବବାହିନୀ କହିଛନ୍ତି ଯେ, “ମଦ ଦ୍ୱାରା ଓଡିଶାରେ ହଜାର ହଜାର ଗାଁ ଏବଂ ଲକ୍ଷ ଲକ୍ଷ ପରିବାର ଉଜୁଡି ଯାଉଛନ୍ତି । ସରକାରଙ୍କ ଯୁକ୍ତି ଯେ ଏଥିରୁ ରାଜସ୍ୱ ଆସୁଛି, ସମ୍ପୂର୍ଣ୍ଣ ମିଥ୍ୟା । ଯେବେକି ବିଭିନ୍ନ ରିପୋର୍ଟ ଅନୁଯାଇ ମଦ ଯୋଗୁ ହେଉଥିବା କ୍ଷତି ଏହା ଠାରୁ ଢେର ଗୁଣରେ ଅଧିକ । ଏକ ଜନମଙ୍ଗଳକାରୀ ସରକାର ଲୋକ ମାନଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାର, ଜଳ ସେଚନ ବ୍ୟବସ୍ଥା ଆଦି କରିବା ପରିବର୍ତ୍ତେ ମଦର ପ୍ରସାରରେ ଲାଗିଛନ୍ତି ଯାହା ଅତ୍ୟନ୍ତ ଲଜ୍ଜା ଜନକ ।”
ଏହି ଅବସରରେ ମଦମୁକ୍ତ ଯୁବବାହୀନି ପକ୍ଷରୁ ଶ୍ରୀଯୁକ୍ତି ତାରାକାନ୍ତ ନାୟକ, ଲଲାତେନ୍ଦୁ ପାତ୍ର, ରାଜେଶ କୁମାର ଦେଓ, ସମାଷ ଷଢଙ୍ଗୀ, ପ୍ରିତୀ ନାୟକ, ହରିଶଙ୍କର ପାଣିଗ୍ରାହି, ଅଭିଜିତ ପାତ୍ର, ମଳୟ ତ୍ରିପାଠୀ, କାହ୍ନୁଚରଣ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.