ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଶୁଭାରମ୍ଭ ହେଲା ଜିଓରେଲ୍ ଆପ୍


ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ କରିବା ପ୍ରତି ନିରନ୍ତର ଉଦ୍ୟମ ଜାରି ରଖି, ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ସୁବିଧା ଆଣିଦେଇଛି । ପ୍ରଥମ ଥର ପାଇଁ, ସମ୍ପୂର୍ଣ୍ଣ ନୂଆ ଜିଓରେଲ୍ ଆପ୍ ଜରିଆରେ ବ୍ୟବହାରକାରୀମାନେ ଯେକୌଣସି ଜିଓଫୋନ୍ରୁ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ । ଏହି ଆପ୍ ଜରିଆରେ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇ-ୱାଲେଟକୁ ବ୍ୟବହାର କରି ଟିକଟ ବୁକ୍ ଓ କ୍ୟାନସେଲ କରିପାରିବେ, ପିଏନଆର ସ୍ଥିତି ଯାଂଚ, ଟ୍ରେନ୍ ସୂଚନା, ସମୟ, ରୁଟ୍, ସିଟ ଉପଲବ୍ଧତା ଏବଂ ଆହୁରି ଅନେକ ସେବାକୁ ସେମାନଙ୍କ ଜିଓଫୋନ୍ର ବଟନ୍ ଦବାଇ ଜାଣିପାରିବେ ।
ଜିଓ ଆପ୍ ଷ୍ଟୋର୍ରେ ଉପଲବ୍ଧ ହୋଇଥିବା ଜିଓରେଲ୍ ଆପ୍ରେ ଶେଷ ମୁହୂର୍ତ ଯାତ୍ରା ପାଇଁ ତକ୍ରାଳ ଟିକଟ ବୁକିଙ୍ଗ କରିହେବ । ଯଦି ବ୍ୟବହାରକାରୀଙ୍କ ଆଇଆରସିଟିସି ଆକାଉଂଟ୍ ନଥିବ, ଏହି ଆପ୍ ଜରିଆରେ ସେମାନେ ଏକ ଆକାଉଂଟ୍ ସୃଷ୍ଟି କରିପାରିବେ ଓ ଟିକଟ ବୁକିଙ୍ଗ କରିପାରିବେ । ଏହି ଆପ୍ ଜରିଆରେ ବୁକିଙ୍ଗ ହୋଇଥିବା ଟିକଟର ପିଏନଆରକୁ ମଧ୍ୟ ରେଲଜିଓ ଆପ୍ ବ୍ୟବହାରକାରୀମାନେ ଯାଂଚ କରିପାରିବେ । ଏହି ଆପ୍ରେ ଅନେକ ପ୍ରକାର ଉନ୍ନତ ସେବା ପ୍ରଦାନ କରିବାର ଯୋଜନା ରହିଛି ଯଥା ପିଏନ୍ଆର ସ୍ଥିତି ପରିବର୍ତନ ଆଲର୍ଟ, ଟ୍ରେନର ସ୍ଥିତି ଜାଣିବା (ଲୋକେଟ୍ ଟ୍ରେନ୍) ଓ ଭବିଷ୍ୟତରେ ଖାଦ୍ୟ ବରାଦ ଆଦି ଯୋଜନା ରହିଛି ।
ରେଲଜିଓ ଆପରେ ଟ୍ରେନ ଟିକଟ ବୁକିଙ୍ଗକୁ ଅତି ସହଜ କରାଯାଇଛି । ଏହି ସ୍ୱତନ୍ତ୍ର ସେବା ପାଇଁ ଭାରତୀୟ ଗ୍ରାହକଙ୍କୁ ଆଉ ଟିକଟ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି କିମ୍ବା ଟିକଟ ବୁକିଙ୍ଗ ପାଇଁ ଏଜେଂଟକୁ ପେମେଂଟ୍ ଦେବାକୁ ପଡ଼ିବନି ବରଂ ପ୍ରତିବଦଳରେ ଉନ୍ନତ ଡିଜିଟାଲ ଜୀବନ ଅନୁଭୂତିକୁ ଉପଭୋଗ କରିହେବ ।


Share It

Comments are closed.