ଆରପାରିରେ ପୂର୍ବତ୍ତନ ପ୍ରତିରକ୍ଷା ମନ୍ତ୍ରୀ ‘ଜର୍ଜ ଫର୍ଣ୍ଣାଣ୍ଡିଜ’


ଆଜି ପୂର୍ବତ୍ତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ନିଧନ ଘଟିଛି । ସେ ଆଜି ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ ଅନେକ ଦିନିକ ହେବ ‘ସ୍ୱାଇନ ଫ୍ଲୁ’ରେ ଆକ୍ରାନ୍ତ ଥିଲେ । ସେ ଅଟଳବିହାରୀ ବାଜପେୟୀ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ରୂପେ ନିୟୋଜିତ ଥିଲେ । ତାଙ୍କରୀ ସମୟରେ ଭାରତ ପରମାଣୁ ବୋମା ପରୀକ୍ଷା କରି ସାରା ଦୁନିଆକୁ ଚହଲାଇ ଦେଇଥିଲା ।
ସେ ୨୦୦୯-୧୦ ଯାଏଁ ରାଜ୍ୟସଭା ସାଂସଦ ରୂପେ ମନୋନୀତ ହୋଇଥିଲେ । ସେ ସମତା ପାର୍ଟିର ପ୍ରତିଷ୍ଠାତା ଥିବାବେଳେ ଜନତା ଦଳର ଜଣେ ବରିଷ୍ଠ ନେତା ମଧ୍ୟ ଥିଲେ ।
ତାଙ୍କର ଜନ୍ମ ୩ ଜୁନ ୧୯୩୦ ମସିହା ମାଙ୍ଗାଲୋର ଏକ କ୍ୟାଥଲିକ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ‘ ଜନ ଜୋସେଫ ଫର୍ଣ୍ଣାଣ୍ଡିଜ’ ଥିବାବେଳେ ମାତାଙ୍କ ନାମ ‘ଏଲିସ ମାର୍ଥେ ଫର୍ଣ୍ଣାଣ୍ଡିଜ’ । ସେ ପ୍ରଥମେ ଭାରତୀୟ ଟ୍ରେଡ ୟୁନିୟନର ନେତା ଥିଲେ ।


Share It

Comments are closed.