ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିବା କେତେକ ବିଶିଷ୍ଟ ନେତା


ଯେଉଁଭଳି କେନ୍ଦ୍ର ସରକାରଙ୍କର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଠିକ ସେହିଭଳି ରାଜ୍ୟର ପ୍ରମୁଖ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବାବେଳେ ଦେଶରେ ଏଭଳି କେତେକ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏକି ଅନେକ ବର୍ଷ ଧରି ରାଜ୍ୟର ଶାସନ ଗାଦିରେ ବସିଥିବାବେଳେ ଆଉ କେତେକ ବର୍ତ୍ତମାନ ପର୍ଯ୍ୟନ୍ତ ଶାସନ କରି ଆସୁଛନ୍ତି ।
ତେବେ ଆମେ ଆପଣଙ୍କୁ ଏଭଳି କେତେକ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ କହିବୁ ଯିଏକି ଦେଶର ଇତିହାସରେ ଦୀର୍ଘ ସମୟ ଧରି ଶାସନ ଗାଦିରେ ରହି ଆସିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ।

ପବନ ଚାମଲିଙ୍ଗ

ପବନ ଚାମଲିଙ୍ଗ ଭାରତର ସିକିମ ରାଜ୍ୟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଟନ୍ତି । ସିକିମର ମୁଖ୍ୟମନ୍ତ୍ରୀ ରୂପେ ପବନ ଦୀର୍ଘ ୨୪ ବର୍ଷ ହେବ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ୧୯୯୪ ମସିହା ୧୨ ଡିସେମ୍ବରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।

ଜୋତି ବାସୁ


ପଶ୍ଚିମ ବଙ୍ଗର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଜୋତି ବାସୁ ୧୯୭୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷ ହେବ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ୧୯୭୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।

ଗୋଗାଙ୍ଗ ଉପାଙ୍ଗ


ଗୋଗାଙ୍ଗ ଉପାଙ୍ଗା ୧୯୮୦ରୁ ୧୯୯୯ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଦୀର୍ଘ ୧୯ ବର୍ଷ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ବିରଭଦ୍ର ସିଂହ


ବିରଭଦ୍ର ସିଂହ ହିମାଚଳ ପ୍ରଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ ଅଟନ୍ତି । ସେ ୧୯୮୩ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୩-୦୭ ଏବଂ ୨୦୧୨-୧୭ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ମାଣିକ ସରକାର


ମାଣିକ ସରକାର ୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ଦୀର୍ଘ ୧୯ ଯାଏଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ନବୀନ ପଟ୍ଟନାୟକ


ନବୀନ ପଟ୍ଟନାୟକ ୧୯ ବର୍ଷ ହେବ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ୨୦୦୦ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।

ଏମ.କରୁଣାନିଧି


କରୁଣାନିଧି ଏକାଧାରାରେ ଜଣେ ଲେଖକ ଏବଂ ରାଜନେତା ଥିଲେ । ସେ ଦୀର୍ଘ ୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୭ ଅଗଷ୍ଟ ୨୦୧୮ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଯଶବନ୍ତ ସିଂହ ପରମାର


ଯଶବନ୍ତ ସିଂହ ପରମାର ଜଣେ ବିଶିଷ୍ଟ ରାଜନେତା ଥିଲେ । ସେ ଭାରତୀ ରାଷ୍ଟ୍ରିୟ କଂଗ୍ରେସର ନେତା ରୂପେ ହିମାଚଳ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ସେ ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୨ ମେ ୧୯୮୧ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପ୍ରକାଶ ସିଂହ ବାଦଲ


ପ୍ରକାଶ ସିଂହ ବାଦଲ ୧୭ ବର୍ଷ ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି ।


Share It

Comments are closed.