ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ପାଇଁ କିନ୍ତୁ ହେଲେ ବିରୋଧୀ ଦଳ ନେତା


ଭାରତୀୟ ଜନତା ପାର୍ଟି ତଥା ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ରୂପେ ଚୟନ କରାଯାଇଛି । ଦଳ ପକ୍ଷରୁ ରବିବାର ଦିନ ଔପଚାରିକ ରୂପେ ଏହି ସଂପର୍କରେ ଘୋଷଣା କରାଯାଇଥିବାବେଳେ ଏହା ପୂର୍ବରୁ ବିଧାନସଭା ଅଧ୍ୟକ୍ଷ ରୂପେ କଂଗ୍ରେସ ନେତା ନାନା ପଟୋଲେଙ୍କୁ ନିଯୁକ୍ତି ଦିଆଯାଇଛି ।
ଶିବସେନା-ଏନସିପି-କଂଗ୍ରେସ ମହାମେଣ୍ଟ ପକ୍ଷରୁ କଂଗ୍ରେସ ନେତା ନାନା ପଟୋଲେଙ୍କୁ ବିଧାନସଭା ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ କରାଯାଇଥିବାବେଳେ ଅନ୍ୟପଟେ ବିଜେପି କିଶାନ କଥୋରଙ୍କୁ ମହାମେଣ୍ଟ ବିପକ୍ଷରେ ପ୍ରାର୍ଥୀ କରାଇଥିଲା । ପରବର୍ତ୍ତୀ ମୂହୂର୍ତ୍ତରେ ବିିଜେପି ପ୍ରାର୍ଥୀ କିଶାନ କଥୋର ଏହି ପଦବୀ ପାଇଁ ନିଜ ପ୍ରାର୍ଥୀତ୍ୱ ଫେରାଇ ଆଣିଥିବା ହେତୁ କଂଗ୍ରେସ ନେତା ନାନା ପଟୋଲେ ଅପ୍ରତିତ୍ୱନ୍ଦୀ ରୂପେ ବିଧାନସଭା ଅଧ୍ୟକ୍ଷ ପାଇଁ ମନୋନୀତ ହୋଇଛନ୍ତି ।


Share It

Comments are closed.