ବିଶ୍ୱ ଏଡସ ଦିବସ ଅବସରରେ ଜିକିତ୍ସା ହେଲଥକେୟାର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ


ବିଶ୍ୱ ଏଡ୍ସ ଦିବସ ଅବସରରେ ରାଜ୍ୟରେ ୧୦୮ ଏବଂ ୧୦୨ ସେବାକୁ ପରିଚାଳିତ କରୁଥିବା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ, ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପରିସରରେ ଏକ ଦସ୍ତଖତ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ୟାପିଟାଲ ହସ୍ପିଟାଲ ସପରିଟେଣ୍ଡେଣ୍ଟ, ଶ୍ରୀ ଧନଞ୍ଜୟ ଦାସ ଯୋଗ ଦେଇଥିବାବେଳେ ଯେବେକି ଜିକିତ୍ସା ହେଲଥକେୟାର ଲିମିଟେଡର ମାନବ ସମ୍ବଳ ମୁଖ୍ୟ, ଶ୍ରୀ ଦୀପକ ଶ୍ରୀବାସ୍ତବ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ଓଡ଼ିଶା ମୁଖ୍ୟ, ଜିକିତ୍ସା ହେଲଥକେୟାର ଲିମିଟେଡ କହିଛନ୍ତି ଯେ, “ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ଏକ ନିୟୁତରୁ ଅଧିକ ସଂଖ୍ୟକ ଲୋକ ଏଚଆଇଭି ସଂକ୍ରମଣ ହେତୁ ପ୍ରାଣ ହରାଇଥାନ୍ତି, ଯାହାକି ନିରାକରଣ ଏବଂ ଚିକିତ୍ସାଯୋଗ୍ୟ । ଏଚଆଇଭି ବିରୁଦ୍ଧର ଲଢ଼େଇରେ ସାମିଲ ହୋଇ ଏହି ରୋଗରେ ପିଡ଼ୀତ ରୋଗୀମାନଙ୍କୁ ସହଯୋଗ ଯୋଗାଇ ଦେବା ନିମନ୍ତେ ବିଶ୍ୱ ଏଡସ ଦିବସ ଏକ ସୁଯୋଗ ଅଟେ ।”

ଭୁବନେଶ୍ୱର ସମେତ ଜିକିତ୍ସା ହେଲଥକେୟାର ଲିମିଟେଡ ପକ୍ଷରୁ ଏହି ଅଭିଯାନ ଅନ୍ୟ ପାଞ୍ଚୋଟି ଅଞ୍ଚଳ ଯେପରି ମୟୂରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ଯାଜପୁର ଏବଂ କୋରାପୁଟ ଠାରେ ମଧ୍ୟ ଆୟୋଜିତ ହୋଇଛି । ଜିକିତ୍ସା ହେଲଥକେୟାର ଲିମିଟେଡ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସମେତ ହସପିଟାଲର କର୍ମଚାରୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି । ସମାଜର ଗୋଟିଏ ଦାୟୀତ୍ୱପୂର୍ଣ୍ଣ ସଂଗଠନ ଭାବେ ଜିକିତ୍ସା ହେଲଥକେୟାର ଲିମିଟେଡ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟ ଆଦିର ଆୟୋଜନ କରି ଆସୁଛି । ଏହାର ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ସମୟରେ ଲୋକମାନଙ୍କ ପାଇଁ ନିଜର କାର୍ଯ୍ୟକ୍ଷେତ୍ର ବାହାରକୁ ଯାଇ ମଧ୍ୟ ସାହାଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ସେମାନଙ୍କର ମାନବିକତା ଏବଂ ସଚୋଟତା ସାଧାରଣ ଲୋକଙ୍କ ପାଇଁ ଅନେକ ସମୟରେ ପ୍ରେରଣାଦାୟୀ ହୋଇଛି ।


Share It

Comments are closed.