ବିରୋଧୀଙ୍କୁ ମାତ ଦେବା ପାଇଁ ନୂଆ ରଣନୀତି ଆପଣାଇଲେ ପ୍ରିୟଙ୍କା


କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ୱ ନେବା ପରେ ବର୍ତ୍ତମାନ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସେ ପ୍ରୟାଗରାଜରୁ ହିଁ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ପ୍ରିୟଙ୍କା ଜନସାଧାରଣଙ୍କ ସହିତ ସିଧା ଲୋକସଂପର୍କ ବଢାଇବା ପାଇଁ ପ୍ରୟାଗରାଜରୁ ଜଳପଥ ଦେଇ ସିଧା ବାରାଣାସୀ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ଆଜି ସକାଳେ ପୂର୍ବ ଉତ୍ତର ପ୍ରଦେଶରେ ଆସି ପହଞ୍ଚିଥିବାବେଳେ ୧୮ ମାର୍ଚ୍ଚରୁ ସେ ତାଙ୍କର ଆଗାମୀ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବୋଲ ଜଣାପଡିଛି । ପ୍ରିୟଙ୍କା ନିର୍ବାଚନ ଆୟୋଗକୁ ନିଜ ପତ୍ର ମାଧ୍ୟମରେ ୧୦ରୁ ୨୦ ମାର୍ଚ୍ଚ ମଧ୍ୟରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ର‌୍ୟାଲି ପାଇଁ ଅନୁମିତ ମାଗିଛନ୍ତି ।
କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଜଳପଥ ଦେଇ ମୋଟରବୋଟ ଜରୀଆରେ ନିଜର ଆଗାମୀ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଏବଂ ଏହା ସହ ସମସ୍ତ ନଦୀ ତଟ ମାନଙ୍କରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଜଣାଯିବ । ଜଳପଥ ଦେଇ ପ୍ରିୟଙ୍କାଙ୍କର ଏହି ପ୍ରଚାର କରିବାର ନୂତନ ରଣନୀତି ବିରୋଧୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ ।


Share It

Comments are closed.