ଶୁଭାଶିଷ ମିତ୍ରଙ୍କ ପୁସ୍ତକ ‘ଫାଇଣ୍ଡିଂ ପିୟା’ ଉନ୍ମୋଚିତ


ରାଜ୍ୟର ଯୁବପିଢ଼ି ଏବଂ ସାହିତ୍ୟ ଜଗତକୁ ଏକଜୁଟ କରିବା ପାଇଁ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍ ତରଫରୁ କେଏଲ୍ଏଫ୍ କର୍ଣ୍ଣର ଆୟୋଜନ କରାଯାଇଛି । ଏହି ଅବସରରେ ଶୁଭାଶିଷ ମିତ୍ରଙ୍କ ପୁସ୍ତକ ଫାଇଣ୍ଡିଂ ପିୟାକୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ କିମ୍ବଦନ୍ତୀ ସିନେମା ନିର୍ମାତା ନୀଳମାଧବ ପଣ୍ଡା ଏବଂ ଶୁଭାଶିଷ ମିତ୍ରଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଉଭୟ ବ୍ୟକ୍ତି ଉନ୍ମୋଚିତ ହୋଇଥିବା ପୁସ୍ତକ, ସାହିତ୍ୟ, ସିନେମା ଓ ସମାଜରେ ରହିଥିବ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।
ଶୁଭାଶିଷଙ୍କ ପୁସ୍ତକ ଫାଇଣ୍ଡିଂ ପିୟାରେ ପ୍ରେମ ଓ ଧୋକା, ସୁନ୍ଦରତା ଏବଂ ଅନ୍ଧକାର, ନିଷ୍ପାପ ଏବଂ ଆହୁରି ଅନେକ ପ୍ରକାରର ମାନବିକ ଆବେଗକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ନିଜର ପ୍ରେମିକା ପିୟାକୁ ପାଇବା ପାଇଁ ରାଜ ନାମକ ଜଣେ ଯୁବକ କିଭଳି ଜଣେ ନିରୀହ ଯୁବକରୁ ଛାତ୍ର ନେତାରେ ପରିଣତ ହେଉଛି ଏବଂ ଶେଷରେ କ୍ୟାମ୍ପସ ରାଜନୀତିର ଶିକାର ହେଉଛି ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି ।
ଶୁଭାଶିଷ ହେଉଛନ୍ତି ଜଣେ ବିଶ୍ୱ ସ୍ତରୀୟ ମାନବ ସମ୍ବଳ ନେତୃତ୍ୱ ଯିଏ ମଣିଷର ସମ୍ପର୍କ ଏବଂ ଜୀବନ ଉପରେ ତାହାର ପ୍ରଭାବକୁ ଜାଣିବାକୁ ପ୍ରୟା କରିଥାନ୍ତି । ଫାଇଣ୍ଡିଂ ପିୟା ହେଉଛି ତାଙ୍କର ଏକ କାଳ୍ପନିକ କାହାଣୀ ।
ଉଲ୍ଲେଖଯୋଗ୍ୟ, ଜୟଦେବ ବିହାରର ପାଲ ହାଇଟସ୍ ଠାରେ ଥିବା ପ୍ରସିଦ୍ଧ ଅକ୍ସଫୋର୍ଡ ବୁକ୍ ଷ୍ଟୋର୍ ସହଯୋଗରେ ୨୦୧୮ ଡିସେମ୍ବର ୧୨ରେ କେଏଲଏଫ୍ କର୍ଣ୍ଣର ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭିକ ସଂସ୍କରଣରେ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଜୟନ୍ତ ମହାପାତ୍ରଙ୍କ ସହିତ ଆଲୋଚନାରେ ଶ୍ରୀଯୁକ୍ତ କେଦାର ମିଶ୍ର ଅଂଶଗ୍ରହଣ କରିଥିଲେ । ଏହାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଶ୍ମୀ ରଂଜନ ପରିଡ଼ା ବିଶ୍ୱାସ କରନ୍ତି ଯେ ସାହିତ୍ୟ ଜଗତର କିମ୍ବଦନ୍ତୀଙ୍କ ସହ ଯୁବପିଢ଼ିଙ୍କ ସମ୍ପର୍କ ସ୍ଥାପନ କରିବା ଜରୁରୀ ହୋଇପଡ଼ିଛି । ସେ ଓଡ଼ିଶାର ସମସ୍ତ ଜୀବିତ କିମ୍ବଦନ୍ତୀମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କ ଲେଖା ଉପରେ ଆଲୋଚନା କରିବାକୁ ଯୋଜନା ରଖିଛନ୍ତି ।
ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଦେବାଶିଷ ସାମନ୍ତରାୟ ଏବଂ କେଏଲ୍ଏଫ୍ ସଂଯୋଜକ ସରଣ୍ୟା ଦାସ, ଦେବମିତ୍ର ମିଶ୍ର ଏବଂ ପ୍ରଦ୍ୟୁମନ ସିଂହ ସହଯୋଗ ପ୍ରଦାନ କରିଥିଲେ । ପ୍ରତି ମାସର ଶେଷ ରହିବାର ଏଭଳି କାର୍ଯୃକଅମ ଆୟୋଜନ କରାଯିବ ।


Share It

Comments are closed.