ମତାଧିକାର ସାବ୍ୟସ୍ତ କଲେ ପ୍ରିୟଙ୍କା


ମୁମ୍ବାଇର ୬ଟି ଲୋକସଭା ଆସନ ସମେତ ମହାରାଷ୍ଟ୍ରର ୧୭ଟି ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ମୁମ୍ବାଇରେ ସାଧାରଣ ନାଗରିକଙ୍କ ସମେତ ବ୍ୟବସାୟୀ ଜଗତର ବିଶିଷ୍ଟ ହସ୍ତୀ ଏବଂ ନାମୀଦାମୀ କଳାକାର ମଧ୍ୟ ଆଜି ବହୁତ ଉତ୍ସାହର ସହିତ ନିଜ ମତଦାନ କରୁଥିବାର ଦେଖିବାକୁ ମିଳିଛି ।
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ରେଖା ଏବଂ କଂଗ୍ରେସ ପ୍ରାର୍ଥୀ ଉର୍ମିଲା ମାଟେଣ୍ଡକରଙ୍କ ସମେତ ବିଶିଷ୍ଟ ବ୍ୟବସାୟୀ ଅନିଲ ଅମ୍ବାନୀ, ବିଜେପି ପ୍ରାର୍ଥୀ ପୁନମ ମହାଜନ ଓ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ଆଜି ନିଜ ମତଦାନ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଆଜି ୯ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ୭୧ଟି ଲୋକସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ଆସନ ଗୁଡିକ ମଧ୍ୟରୁ ବିହାରର ୫ଟି, ଜମ୍ମୁ କାଶ୍ମୀରର ଗୋଟେ, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୧୭ଟି, ଓଡିଶାର ୬ଟି, ରାଜସ୍ଥାନର ୧୩ଟି ଏବଂ ପଶ୍ଚିମବଙ୍ଗର ୮ଟି ଆସନ ରହିଛି ।


Share It

Comments are closed.