ଭାରତୀ ଏୟାରଟେଲ ପକ୍ଷରୁ ୮.୩ ଏମବିପିଏସର ଡାଉନଲୋଡ ସ୍ପିଡ ହାସଲ


କୋଟାକ୍ ଇନଷ୍ଟିଚ୍ୟୁଟ ଇକ୍ୟୁଟିଜର ନୂତନ ରିପୋର୍ଟ ଅନୁଯାୟୀ ବିଭିନ୍ନ ନେଟୱାର୍କର ପ୍ରଦର୍ଶନ ଟେଷ୍ଟରେ ଭାରତୀ ଏୟାରଟେଲ ଆଭରେଜ ସ୍ପିଡ ହାସଲ କରିପାରିଛି । ଭାରତୀ ଏୟାରଟେଲ ତୁଳନାରେ ଆର-ଜିଓ ଏବଂ ଭୋଡାଫୋନ ଆଇଡିଆ ଖୁବ କମ । ଟ୍ରାଇ ପକ୍ଷରୁ ୬୯ଟି ସହରରେ ୧୫୦ମିଲିୟନ ଲୋକମାନଙ୍କ ମଧ୍ୟରେ ସ୍ୱାଧିନଭାବେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷଣ ଅନୁଯାୟୀ ସୁନୀଲ ମିତ୍ତଲଙ୍କ ଭାରତୀ ଏୟାରଟେଲ ସର୍ବାଧିକ ଡାଉନଲୋଡ ସ୍ପିଡ ୮.୩ଏମବିପିଏସ ହାସଲ କରିଥିଲା । ସେହିପରି ଆର-ଜିଓର ଡାଉନଲୋଡ ସ୍ପିଡ ୬.୨ ଏମବିପିଏସ ଏବଂ ଭୋଡାଫୋନ ଆଇଡିଆ ର ଡାଉନଲୋଡ ସ୍ପିଡ ଯଥାକ୍ରମେ ୬ଏମବିପିଏସ ଏବଂ ୫.୩ ଏମବିପିଏସ ରହିଥିଲା । ଏହାର ଅପଲୋଡ ସ୍ପିଡ ଭୋଡାଫୋନରେ ସର୍ବାଧିକ ୫.୯ ଏମବିପିଏସ, ଆଇଡିଆରେ ୫.୨ ଏମବିପିଏସ, ଏୟାରଟେଲର ୩.୭ ଏମବିପିଏସ ଏବଂ ଆର-ଜିଓର ୩.୧ ଏମବିପିଏସ ରହିଥିଲା ।
ଏହି ତଥ୍ୟ ଅନୁଯାୟୀ ବର୍ଦ୍ଧିତ ଏଲଟିଇ ସବ ଦ୍ୱାରା ନେଟୱର୍କ ଅନୁଭୂତିକୁ ବୃଦ୍ଧି କରିବ ବୋଲି ଆମ୍ଭମାନଙ୍କର ବିଶ୍ୱାସ । ଭାରତୀର କ୍ରମାଗତ ସୁଧାର ଏବଂ ଏହାର ବିକାଶ ଦ୍ୱାରା ପ୍ରଭାବିତ ହୋଇପାରିବ । ଭିଆଇଏଲର ସ୍ପେକ୍ଟ୍ରମ ନେଟୱର୍କ ପ୍ରଦର୍ଶନ ସେମାନଙ୍କର କିଛି ବଜାରରେ ପ୍ରତିଫଳିତ ହେବ ।
ଟ୍ରାଇ ଆଇଡିଡି ପରୀକ୍ଷା ବର୍ତ୍ତମାନ ଦ୍ୱିତୀୟଥର ପାଇଁ କରାଯାଇଥିବା ବେଳେ ବର୍ଷକ ମଧ୍ୟରେ ୧୧ଟି ସହରରେ କରାଯାଇଛି । ସେହି ୧୧ଟି ସହର ମଧ୍ୟରୁ ୯ଟି ସହରରେ ଭାରତୀର ସ୍ପିଡ ସର୍ବାଧିକ ରହିଛି ଏବଂ ଆର-ଜିଓର ସ୍ପିଡ ଆଠଟି ସହରରେ କମ ହୋଇଛି ଏବଂ ଭୋଡାଫୋନର ସ୍ପିଡ ଛଅଟି ବଜାରରେ ବିକଶିତ ହୋଇଛି ଏବଂ ଆଇଡିଆରେ ୪ଟି ସହରରେ ବିକଶିତ ହୋଇଛି ।


Share It

Comments are closed.