ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ବିଜେପି ବିଧାୟକ


କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଗୋଆର ଉପ-ବାଚସ୍ପତି ତଥା ବିଜେପି ବିଧାୟକ ‘ମାଇକେଲ ଲୋବୋ’ ଖୁବ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି ରାହୁଲ ଗତ କାଲି ଗୋଆରେ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ୬୩ ବର୍ଷିୟ ପାରିକର ଏକ ଗୁରୁତର ପୀଡିତ ଅଛନ୍ତି । ଯେଉଁଥିପାଇଁ ରାହୁଲ ତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ରାହୁଲଙ୍କ ଏହି ସ୍ୱଭାବକୁ ଦେଖି ଗୋଆ ଉପ-ବାଚସ୍ପତି ଆଜି ରହିପାରିଲେଣି । ସେ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ରାହୁଲଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, “ରାହୁଲ ବହୁତ ବିନମ୍ରତା ଏବଂ ନମ୍ର ସ୍ୱଭାବର ବ୍ୟକ୍ତି ଅଟନ୍ତି ଏବଂ ତାଙ୍କ ଭଳି ଜଣେ ନେତାଙ୍କୁ ଗୋଆ ଓ ଦେଶରେ ଆବଶ୍ୟକତା ରହିଛି ।”
ଲୋବୋ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମର ଅସୁସ୍ଥ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ରାହୁଲ ଆସିଥିଲେ ଏବଂ ତାଙ୍କର ଏହି ବିନମ୍ରତା ଏବଂ ନମ୍ର ସ୍ୱଭାବ ପାଇଁ ସମସ୍ତ ଗୋଆବାସୀ ଏବଂ ଦେଶବାସୀଙ୍କୁ ସମ୍ମାନ କରିବା ଆବଶ୍ୟକତା ରହିଛି ।”
ପ୍ରକାଶ ଥାଉକି ପାରିକାର ଦୀର୍ଘ ଦିନ ହେବ ଗୁରୁତର ରୋଗରେ ପୀଡିତ ଅଛନ୍ତି ଯେଉଁଥିପାଇଁ ରାହୁଲ ପାଣାଜୀରେ ପାରିକରଙ୍କୁ ଭେଟିବା ପାଇଁ ପହଞ୍ଚିବା ସହ ସେ କିପରି ଶୀଘ୍ର ଆରୋଗ୍ୟ ହୋଇପାରିବେ ସେଥିପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ ।


Share It

Comments are closed.