ଲଜ୍ଜ୍ୱା, ପୁଣିଥରେ ଗାନ୍ଧୀଜୀଙ୍କୁ ହତ୍ୟା କଲେ ଏହି ଉଦ୍ଧତ ମହିଳା


ଆଜି ହେଉଛି ମହାତ୍ମା ଗାନ୍ଧୀଙ୍କ ତିରୋଧିନ ଦିବସ କିନ୍ତୁ ଆଜିର ଏହି ଦନିରେ ଏକ ଲଜ୍ଜାଜନକ ଫଟୋ ସାମନାକୁ ଆସିଛି । କାରଣ ପ୍ରକୃତ କଥା ଏହା ଯେ, ହିନ୍ଦୁ ମହାସଭା ନାମକ ଏକ ସଙ୍ଗଠନ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବାର ମୂହୂର୍ତ୍ତକୁ ପୁଣି ଥରେ ପୁନଃଜୀବିତ କରିଦେଇଛନ୍ତି । ଏଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ‘ନାଥୁରାମ ଗଡସେ’ କିପରି ଗାନ୍ଧୀଜୀଙ୍କୁ ହତ୍ୟା କରିଥିଲେ । ଉତ୍ତରପ୍ରଦେଶର ଅଲିଗଡ ଠାରେ ହିନ୍ଦୁସଭା ନାମକ ଏକ ସଙ୍ଗଠନ ଆମନବିକ ଘଟଣାକୁ ପୁନଃଜୀବିତ କରିଛି ।
ଫଟୋରେ ସ୍ପଷ୍ଟ ଦେଖାଯାଉଛି ଯେ, ଏହି ଉଦ୍ଧତ ମହିଳା ଜଣକ ମହାତ୍ମା ଗାନ୍ଧୀଙ୍କ ଏକ କୁଶପୁତଳିକାରେ କିପରି ଏକ ବନ୍ଧୁକ ଦ୍ୱାରା ଗୁଳି ମାରୁଛନ୍ତି । ଏହି ମହିଳା ଜଣକ ହେଲେ ହିନ୍ଦୁସଭା ଅଧ୍ୟକ୍ଷ ।
ପ୍ରକାଶ ଥାଉକି ୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀର ‘ବିଡଲ ହାସଲ’ ପରିସରରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଦେଶ ପାଇଁ ସବୁଠାରୁ ବଡ ବିଡମ୍ବନା କଥା ଏହା ଯେ, ଯେଉଁ ମହାପୁରୁଷ ସାରା ଦେଶକୁ ଅହଂସା ମାଧ୍ୟମରେ ଇଂରେଜଙ୍କୁ ଦେଶରୁ ତଡିଥିଲେ କିନ୍ତୁ ସେ ପରବର୍ତ୍ତୀ ମୂହୂର୍ତ୍ତେରେ ହିଂସାର ଶୀକାର ହୋଇ ମୃତ୍ୟୁ ବରଣ କରିଥିଲେ । ଗାନ୍ଧୀଜୀଙ୍କ ହତ୍ୟା ମାମଲାରେ ନାଥୁରାମଙ୍କ ସମେତ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ବାକି ୨ ଜଣଙ୍କୁ (ନାଥୁରାମ, ନାରାୟଣ ଆପଟେ) ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା ।


Share It

Comments are closed.