ପୁଣି ଥରେ ଅନଶନରେ ବସିଲେ ‘ଆନ୍ନା’


ଲୋକପାଳ ଏବଂ ଲୋକାୟୁକ୍ତର ଦାବି ନେଇ ପୁଣି ଥରେ ଅନଶନରେ ବସିଛନ୍ତି ବିଶିଷ୍ଟ ସମାଜସେବୀ ଆନା ହାଜାରେ । ସେ ଆଜି ୧୦ଟା ବେଳେ ମହାରାଷ୍ଟ୍ରସ୍ଥିତ ନିଜ ଗାଁ ‘ରାଲେଗଣ ସିଦ୍ଧୁ’ରେ ଅନଶନ ଆରମ୍ଭ କରିଛନ୍ତି । ସେ ଅନଶନ ଆରମ୍ଭ କରିବା ପୂର୍ବରୁ କହିଛନ୍ତି ଯେ, ‘ମୋର ଏହି ଅନଶନ କୌଣସି ବ୍ୟକ୍ତି, ପକ୍ଷ କିମ୍ବା ଦଳ ବିରୋଧରେ ନୁହେଁ । ଏହି ଅନଶନ ସମାଜ ଏବଂ ଦେଶର ମଙ୍ଗଳ ପାଇଁ । ’
ହାଜାରେ ଏହା ମଧ୍ୟ କହିଛନ୍ତି ଯେ, ‘୨୦୧୧ରେ ସାରା ଦେଶ କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତର ନିଯୁକ୍ତି ଦାବି ନେଇ ଠିଆ ହୋଇଥିଲା, ଯାହା ଫଳରେ ଲୋକପାଳ ବିଲ ପାସ ହୋଇଥିଲା । ’
ବର୍ତ୍ତମାନ ସେ ମହାରାଷ୍ଟ୍ରରେ ଫଡନାୱିସଙ୍କ କ୍ୟାବିନେଟରେ ଲୋକାୟୁକ୍ତ ବିଲ ପାସ କରିବା ଦାବିରେ ଅନଶନ ପ୍ରକ୍ରିୟା ଆରମ୍ଭ କରିବାର ନିର୍ଣ୍ଣୟ ନେଇଛନ୍ତି । ଏବଂ ଏହା ସହ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଯେ, “ ଲୋକପାଳ ବିଲ ହେବାକୁ ୫ ବର୍ଷ ବିତିଗଲାଣି କିନ୍ତୁ ସରକାର ଏବେ ପର୍ଯ୍ୟନ୍ତ ଆଇନ ଲାଗୁ କରିନାହାନ୍ତି । କେନ୍ଦ୍ରର ସରକାର ଖାଲି ବୟାନବାଜୀ କରି ଜାଣିଛନ୍ତି ।”
ଆନ୍ନା ୨୮ ଜାନୁଆରୀରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ‘ଦେବେନ୍ଦ୍ର ଫଡନାୱିସ’ଙ୍କୁ ଏକ ପତ୍ର ଲେଖି ସେ ଅନଶନ ଆରମ୍ଭ କରୁଛନ୍ତି ବୋଲି ସୂଚନା ଦେଇଥିଲେ । ପ୍ରକାଶ ଥାଉକି ବହୁ ପୂର୍ବରୁ ଆନ୍ନା କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷି ସାରିଛନ୍ତି ।


Share It

Comments are closed.