ସାରା ଭାରତରେ ରାଜୁତି କରୁଥିବା ଏହି ପରିବାର ଆଜି ସର୍ବହରା


କଥାରେ ଅଛି ସମୟ ବହୁତ ବଳବାନ, ତାହା ସମ୍ପୂର୍ଣ୍ଣ ଠିକ । ସମୟ କେତେବେଳେ କାହାକୁ କେଉଁଠି ଆଣି ଠିଆ କରିବ ତାହା କେହିବି ଜାଣନ୍ତି ନାହିଁ । କେତେବେଳେ ସମୟ ଚକ୍ରରେ ଦାଣ୍ଡର ଭିକାରୀକୁ ରାଜା କରିଦେଇଥିବାବେଳେ ଆଉ କେତେବେଳେ ରାଜାକୁ ଦାଣ୍ଡର ଭିକାରୀ କରିଦେଇଥାଏ । ଏହା ସବୁ ପ୍ରକୃତିର ଖେଳ । ସମସ୍ତେ ଏହି ଖେଳ ଆଗରେ ହାର ମାନି ଯାଇଥାନ୍ତି ।
ତେବେ ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବୁ, ଯାହାଙ୍କର ପରିବାର ଦିନେ ସମଗ୍ର ଭାରତବର୍ଷରେ ରାଜୁତି କରୁଥିଲେ କିନ୍ତୁ ଏବେ ସେ ଦାଣ୍ଡର ଭିକାରୀ ସଦୃଶ୍ୟ । ତାଙ୍କର ପରିବାର ଦ୍ୱାରା ନିର୍ମାଣ ହୋଇଥିବା ସମସ୍ତ ଜିନିଷ ବିଶ୍ୱଦରବାରେ ଭାରତକୁ ପରିଚୟ ଦେଉଥିବାବେଳେ ସେ ଆଜି ପରିଚୟ ବିହୀନ ହୋଇଯାଇଛନ୍ତି ।
ତେବେ ଆସନ୍ତୁ ଜାଣିବା କିଏ ସେହି ମହିଳା ଓ ତାଙ୍କ ପରିବାର ସଂପର୍କରେ । ଦିନେ ସମ୍ପୁର୍ଣ୍ଣ ଭାରତବର୍ଷରେ ରାଜୁତି କରୁଥିବା ମୋଗଲ ପରିବାର ଆଜି ସର୍ବହାର ହୋଇ ପଡିଛି । ମୋଗଲ ପରିବାରର ସବୁଠାରୁ କନିଷ୍ଠ ବୋହୁ ଆଜି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଚା’ ବିକୁଛନ୍ତି । ମୋଗଲଙ୍କ ଦ୍ୱାରା ନିର୍ମାଣ ହୋଇଥିବା ସମସ୍ତ ପ୍ରାସାଦ ଏବଂ ଅଟ୍ଟାଳିକା ଯେମିତି ସେମିତି ରହିଥିବାବେଳେ କିନ୍ତୁ ପାଖରୁ ଚାଲିଯାଇଛି ତାଙ୍କର ଆଧିପତ୍ୟ ଏବଂ ସମସ୍ତ ଧନ ସମ୍ପତି ।
ଆଜ୍ଞା ହଁ ଏହା ସମ୍ପୂର୍ଣ୍ଣ ସତ ଘଟଣା । ସେହି ମହିଳା ଜଣକ ହେଉଛନ୍ତି ମୋଗଲ ବଂଶ ସବୁଠାରୁ କନିଷ୍ଠ ବେହୁ । ତାଙ୍କ ନାମ ହେଉଛି ‘ସୁଲତାନା ବେଗମ’ । ସେ ହେଉଛନ୍ତି ମୋଗଲ ବଂଶର ଉତ୍ତରାଧିକାରୀ ‘ବାହାଦୁର ଶାହା ଜାଫର’ଙ୍କ ଅଣନାତୀଙ୍କ ପତ୍ନୀ ।
ସେ ବର୍ତ୍ତମାନ କଲିକତାର ଏକ ବସ୍ତିରେ ରହିବା ପାଇଁ ବାଧ୍ୟ ହୋଇ ପଡିବା ସହ ନିଜ ଗୁଜୁରାଣ ମେଣ୍ଟାଇବା ଚା’ ବିକୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଯେଉଁମାନଙ୍କର ନିଖୁଣ କାରୁକାର୍ଯ୍ୟ ଦେଖିବା ପାଇଁ ବିଦେଶରୁ ଅନେକ ପର୍ଯ୍ୟଟକମାନେ ଛୁଟି ଆସିଥାନ୍ତି କିନ୍ତୁ ତାଙ୍କର ହିଁ ଉତ୍ତରାଧିକାରୀ ଆଜି ସର୍ବହରା ।
ସୁଲାତାନାଙ୍କ ଆର୍ଥିକ ଅବସ୍ଥା ବର୍ତ୍ତମାନ ବହୁତ ଦୁର୍ବଳ । ତାଙ୍କର ସ୍ୱାମୀ ‘ପ୍ରିନ୍ସ ମୋହମ୍ମଦ ବେଦାର ବାହାଦୁର’ ୧୯୮୦ରେ ୬୦୦ ଟଙ୍କା ଆର୍ଥିକ ଭତ୍ତା ପାଉଥିଲେ, ଯାହାକି ବର୍ତ୍ତମାନ ଆସିକି ୬ ହଜାରରେ ପହଞ୍ଚିଛି । ସୁଲାତାନା ପୂର୍ବରୁ ଅନେକ ଥର ସରକାରଙ୍କୁ ଏହି ସଂପର୍କରେ ପତ୍ର ମଧ୍ୟ ଲେଖିଛନ୍ତି କିନ୍ତୁ ସରକାରଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନାହିଁ ।


Share It

Comments are closed.