ଟ୍ୟାକ୍ସ ଠକେଇ ମାମଲାରେ ଫସିଲେ ଟଲିଉଡ ସୁପରଷ୍ଟାର ‘ମହେଶ ବାବୁ’


ଜିଏସଟି ବିଭାଗ ପକ୍ଷରୁ ତାମିଲ ସୁପରଷ୍ଟାର ‘ମହେଶ ବାବୁ’ଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟନୁଷ୍ଠାନ ସୂରୁପ ବିଭାଗ ପକ୍ଷରୁ ମହେଶ ବାବୁଙ୍କ ୨ଟି ବ୍ୟାଙ୍କ ଖାତାକୁ ସିଜ କରାଇ ଦିଆଯାଇଛି । ବିଭାଗ ପକ୍ଷରୁ ଏହା ଅଭିଯୋଗ ଅଣାଯାଇଛି ଯେ, ମହେଶ ୨୦୦୭-୦୮ ସମୟରେ ବ୍ରାଣ୍ଡ ଆମ୍ବାସାଡର ଥିବା ବେଳେ, ଫିଲ୍ମରେ ଅଭିନୟ ଏବଂ ବିଭିନ୍ନ ଉତ୍ପାଦର ପ୍ରଚାର କରିବା ସମୟରେ ମିଳିଥିବା ଆୟରୁ ଟିକସ ଦାଖଲ ନକରିଥିବା ହେତୁ ତାଙ୍କ ବିରୋଧରେ ଏହି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହା ପରେ ଜିଏସଟି ବିଭାଗ ମହେଶ ବାବୁଙ୍କ ଆକ୍ସିସ ବ୍ୟାଙ୍କ ଏବଂ ଆଇସିସିଆଇ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ସିଜ କରିଦେଇଛି ।
ଜିଏସଟି ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, “ଆମେ ବର୍ତ୍ତମାନ ତାଙ୍କ ବ୍ୟାଙ୍କ ଖାତାକୁ ଆଟାଚ କରି ଜିଏସଟି ଆଦାୟ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛୁ । ଆମେ ଗତ କାଲି ମହେଶ ବାବୁଙ୍କ ଏକ୍ସିସ ବ୍ୟାଙ୍କରୁ ୪୨ ଲକ୍ଷ ଟଙ୍କା ସିଜ କରିଥିବାବେଳେ ଆଇସିସିଆଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯିବ । ”
ପ୍ରକାଶ ଥାଉକି ମହେଶ ବାବୁ ହେଉଛନ୍ତି ଟଲିଉଡ ଜଗତର ଜଣେ ସୁପରଷ୍ଟାର । ସେ ଟଲିଉଡରେ ସବୁଠାରୁ ଅଧିକ ଆଦାୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଜଣେ । ସେ ୧୪୦ କୋଟି ସମ୍ପତିର ମାଲିକ ଅଟନ୍ତି । ଗୋଟିଏ ଫିଲ୍ମ ପାଇଁ ସେ ୧୮ରୁ ୨୦ କୋଟି ଚାର୍ଜ କରିଥାନ୍ତି ।


Share It

Comments are closed.