ଆସନ୍ତୁ ଜାଣିବା ବେଟ ଦ୍ୱାରିକା ମନ୍ଦିରରେ କାହିଁକି ଚାଉଳ ଦାନ କରାଯାଇଥାଏ


ଭାରତରେ ଅନେକ ଧର୍ମ ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳୁଥିବାବେଳେ ଏଠାରେ ମୁଖ୍ୟତଃ ଦେଖିବାକୁ ମିଳିଥାଏ ଅନେକ ହିନ୍ଦୁ ସ୍ଥାପତ୍ୟ ତଥା କଳାରେ ସମୃଦ୍ଧ ବିଭିନ୍ନ ମନ୍ଦିର । ସେଥି ପାଇଁତ କୁହାଯାଏ ଦେବଭୂମି ଭାରତ । ଭାରତରେ ରହିଥିବା ପ୍ରାୟ ସମସ୍ତ ମନ୍ଦିରର କଳା ଭାସ୍କର୍ଯ୍ୟ ସ୍ୱତନ୍ତ୍ର ରହିଥିବାବେଳେ ଏହା ପଛରେ ରହିଥାଏ ବିଭିନ୍ନ କିମ୍ବଦନ୍ତି ତଥା େଏ÷ତିହାସିକ ତଥ୍ୟ । ଆଜି ଏହିପରି ଏକ ମନ୍ଦିର କଥା ଆଲୋଚନା କରିବା, ଯେଉଁଠାରେ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କର ହୋଇଥିଲା ଭେଟ ଏବଂ ଏଠାରେ ଚାଉଳ ଦାନ କରିବାକୁ ଶୂଭବୋଲି ଧରାଯାଇଥାଏ । ଏହି ବିଚିତ୍ର ମନ୍ଦିର ଅହମଦାବାଦରୁ ପ୍ରାୟ ୩୮୦ କି.ମି ଦୂର ଦ୍ୱାରିକାରେ ଅବସ୍ଥାପିତ ବେଟ ଦ୍ୱାରିକା ମନ୍ଦିର । ବେଟ ଦ୍ୱାରିକାକୁ ମହାକାବ୍ୟ ମହାଭାରତ ଏବଂ ସ୍କନ୍ଦ ପୂରାଣରେ ପ୍ରାଚିନ ସହର ରୂପେ ଉଲ୍ଲେଖ କରାଯାଇଛି ।

ଭଗବାନ ଶ୍ରୀକୃଷ୍ଣ ମଥୁରା ନଗରୀ ଛାଡ଼ିବା ପରେ ଦ୍ୱାରିକାକୁ ନିଜ ହାତରେ ହିଁ ନିର୍ମାଣ କରିଥିଲେ ବୋଲି ପ୍ରବାଦ ରହିଛି । ପୁଣି ଦ୍ୱାରିକାକୁ ମୁଖ୍ୟତଃ ତିନୋଟି ଭାଗ ଯେପରିକି ମୁଳ ଦ୍ୱାରିକା, ଗୌତମ ଦ୍ୱାରିକା ଏବଂ ବେଟ ଦ୍ୱାରିକା ନାମରେ ବିଭକ୍ତ କରାଯାଇଛି । ଶ୍ରୀ ବେଟ ଦ୍ୱାରିକାଧିଶ ମନ୍ଦିରରେ ଭକ୍ତ ମାନଙ୍କର ଅପାର ବିଶ୍ୱାସ ରହିଛି । ବିଶ୍ୱାସ ରହିଛିକି ଏହି ମନ୍ଦିରରେଥିବା ଶ୍ରୀକୃଷ୍ଣଙ୍କ ପ୍ରତିମା ତାଙ୍କ ସ୍ତ୍ରୀ ରୁକ୍ମୁଣୀଙ୍କ ଦ୍ୱାରା ସ୍ଥାପିତ କରାଯାଇଛି । ଏହା ମଧ୍ୟ ମାନ୍ୟତା ରହିଛିକି ଏଠାରେ ଶ୍ରୀକୃଷ୍ଣ ଏବଂ ତାଙ୍କର ଅତି ପ୍ରିୟ ବନ୍ଧୁ ସୁଦାମାଙ୍କର ମଥୁରାରୁ ଆସିବାର ଅନେକ ବର୍ଷ ପରେ ଭେଟ ହୋଇଥିଲା ଏବଂ ଏଠାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଉପହାର ସୁରୂପ ଚାଉଳ ଭଜା ଦେଇଥିଲେ । ଏହି ଚାଉଳ ଭଜାକୁ ପ୍ରଭୁ ଶ୍ରୀକୃଷ୍ଣ ଅତି ଆଦରର ସହ ଗ୍ରହଣ ମଧ୍ୟ କରିଥିଲେ । ତେଣୁ ଏପର୍ଯ୍ୟନ୍ତ ମଧ୍ୟ ଏଠାକୁ ଆସୁଥିବା ଭକ୍ତମାନେ ବ୍ରାହ୍ମଣଙ୍କୁ ଚାଉଳ ଦାନ ଦେବାର ପରମ୍ପରା ରହିଛି ।


Share It

Comments are closed.