ସ୍ୱପ୍ନ ସୁଚାଇଦେବ ଆପଣଙ୍କ ସହ କ’ଣ ଆଗକୁ ଘଟିବାକୁ ଯାଉଛି


ସ୍ୱପ୍ନ ବିଚାର କିମ୍ବା ସ୍ୱପ୍ନଫଳ ଦ୍ୱାରା ସ୍ୱପ୍ନର ଅଧ୍ୟୟନ କରାଯାଇପାରେ । ଏହା ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନର ଆମ ଜୀବନରେ କୌଣସି ନା କୌଣସି ଅର୍ଥ ବା ସଙ୍କେତ ରହିଥାଏ । ଅନେକ ସମୟରେ ଆମେ ସ୍ୱପ୍ନରେ ଅନ୍ୟର କିମ୍ବା ନିଜର ମୃତ୍ୟୁ, ଆତ୍ମହତ୍ୟା କିମ୍ବା ହତ୍ୟା ଦେଖିଥାଉ । ଏହା ଆମକୁ କେତେକ ସଙ୍କେତ ଦେଇଥାଏ ।
ଯଦି ଆପଣ ସ୍ୱପ୍ନରେ କାହାର ମୃତ୍ୟୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କୌଣସି ବଡ଼ ସମସ୍ୟାର ସମାପ୍ତି ହେବାକୁ ଯାଉଛି । ଏହି ସମସ୍ୟା ଯେକୌଣସି ପ୍ରକାରର ହୋଇପାରେ । ଯଦି ଆପଣଙ୍କ ସ୍ୱପ୍ନରେ କାହାର ହତ୍ୟା ହେଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ କାହାଠାରୁ ଧୋକା ମିଳିବାକୁ ଯାଉଛି । ତେଣୁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ ।
ସେହିଭଳି ସ୍ୱପ୍ନରେ ଆପଣ ଯଦି କୌଣସି ମୃତ ବ୍ୟକ୍ତିକୁ ଦେଖନ୍ତି କିମ୍ବା କଥା ହେଉଛନ୍ତି ତେବେ ଏହାର ତାତ୍ପର୍ଯ୍ୟ ହେଉଛି ଆପଣଙ୍କର କୌଣସି ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି । ଆପଣ ଯେବେ ସ୍ୱପ୍ନରେ କାହାକୁ ଆତ୍ମହତ୍ୟା କରିବାର ଦେଖନ୍ତି ତେବେ ଆପଣଙ୍କ ପାଇଁ ଏହା ସ୍ପଷ୍ଟ ସଙ୍କେତ ଯେ ଆପଣଙ୍କୁ ନିଜ ମନରୁ ବ୍ୟର୍ଥ ଚିନ୍ତା ଏବଂ ସମସ୍ୟାକୁ ଦୁରେଇ ଦେବା ଉଚିତ । ଅନେକ ସମୟରେ ଆପଣ ଭୂତ ପ୍ରେତର ସ୍ୱପ୍ନ ଦେଖନ୍ତି । ଏହା ଭବିଷ୍ୟରେ ଆପଣଙ୍କୁ କୌଣସି ବଡ଼ ଝଟକା ଲାଗିବାର ସଙ୍କେତ । ଏହି ଝଟକା କ୍ଷତି ରୂପରେ ହୋଇଥାଏ ।

Share It

Comments are closed.