ମୁଭି ଷ୍ଟାଇଲରେ ହାଇଦ୍ରାବାଦ ଗଣବଳାତ୍କାରର ଚାରି ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର


ହାଇଦ୍ରାବାଦର ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ସହ ଘଟିଥିବା ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ପୁରା ଦେଶବାସୀଙ୍କ ରକ୍ତ ଗରମ ହୋଇ ରହିଥିଲା । ଚାରିଜଣ ଯାକ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜରାସ୍ତାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଚାରିଆଡ଼େ ମାହୋଲ ଗରମ ରହିଥିଲା । ଆଜି କିନ୍ତୁ ସେ ସବୁର ଅନ୍ତ ଘଟିଯାଇଛି ।

ହାଇଦ୍ରାବାଦରେ ପଶୁ ଡାକ୍ତରଙ୍କ ସହ ପାଶବୀକତା କରିଥିବା ଚାରିଜଣ ଯାକ ଆରୋପୀଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ପୋଲିସଙ୍କ କହିବା ଅନୁଯାୟୀ ଆରୋପୀମାନଙ୍କୁ ରାଷ୍ଟ୍ରୀୟ ରାଜମାର୍ଗ ୪୪ ରେ କ୍ରାଇମର ଦୃଶ୍ୟକୁ ରିକନଷ୍ଟ୍ରକ୍ଟ କରିବା ପାଇଁ ନିଆଯାଇଥିଲା । ଏହି ସମୟରେ ସେମାନେ ପୋଲିସ କବଜାରୁ ଖସିବାକୁ ଚେଷ୍ଟା କରିଥିଲେ । ଏହାପରେ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଧରପକଡ଼ରେ ଚାରିଜଣ ଆରୋପୀ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟର ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କିଛି ଲୋକ ଘଟଣା ସ୍ଥଳକୁ ଯାଇ ‘ହାଇଦ୍ରାବାଦ ପୋଲିସ ଜିନ୍ଦାବାଦ’ ନାରା ଦେଉଥିବା ବେଳେ କିଛି ପୁଷ୍ପ ବର୍ଷା କରି ଏହି କାର୍ଯ୍ୟାନୁଷ୍ଠାନ ପାଇଁ ବଧାଇ ଦେଇଛନ୍ତି ।

ଶମସାବାଦ ଡିସିପି ପ୍ରକାଶ ରେଡ୍ଡୀ କହିଛନ୍ତି, “ସାୟରାବାଦ ପୋଲିସ ଆରୋପୀଙ୍କୁ ଘଟଣା ସମ୍ପର୍କରେ ଖୋଡ଼ତାଳ କରିବା କରିବା ପାଇଁ ଘଟଣାସ୍ଥଳକୁ ନେଇଯାଉଥିଲା । ଏହି ସମୟରେ ଆରୋପୀମାନେ ପୋଲିସଙ୍କ ଠାରୁ ହତିଆର ଛଡ଼ାଇ ନେଇ ତାଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ । ଆତ୍ମରକ୍ଷା କରିବାକୁ ଯାଇ ପୋଲିସର ଜବାବୀ ଆକ୍ରମଣରେ ଚାରିଜଣଯାକ ଆରୋପୀ ନିହତ ହୋଇଛନ୍ତି ।”

ସାଇରାବାଦ ପୋଲିସ ଆୟୁକ୍ତ ବିସି ସଜ୍ଜନାର କହିଛନ୍ତି, “ଆରୋପୀ ମହମ୍ମଦ ଆରିଫ, ନବୀନ, ଶିବା ଏବଂ ଚେତ୍ରାକେଶାବୁଲୁ ଶାଦନଗରର ଚଟନପଲ୍ଲୀରେ ପୋଲିସର ଏନକାଇଣ୍ଟରରେ ଆଜି ସକାଳେ ନିହତ ହୋଇଛନ୍ତି । ସମସ୍ତଙ୍କର ମୃତ୍ୟୁ ସକାଳ ୩ ରୁ ୬ଟା ମଧ୍ୟରେ ହୋଇଛି । ମୁଁ ଘଟଣାସ୍ଥଳରେ ପହଞ୍ଚିଯାଇଛି ଏବଂ ଜଲଦୀ ଆଗର ସୂଚନା ଦିଆଯିବ ।” ଏଥିରେ ତେଲେଙ୍ଗାନାର ଆଇନ ମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡୀ କହିଛନ୍ତି ଯେ ଭଗବାନ ଏହି ମାମଲାରେ ନ୍ୟାୟ କରିଛନ୍ତି, ଯାହା ହେଇଛି ଠିକ ହେଇଛି ।

ପୋଲିସର ଏହି ଏନକାଉଣ୍ଟର କୁ ନେଇ ପିଡ଼ୀତାଙ୍କର ପିତା କହିଛନ୍ତି ଯେ, “ମୋ ଝିଅ ମରିବାର ଦଶଦିନ ହୋଇଗଲାଣି । ମୋ ଝିଅ ଆମ ପାଖରୁ ସବୁଦିନ ପାଇଁ ଚାଲିଯାଇଛି । ଯଦିଓ ଏହା ଆମ ପାଇଁ ନ୍ୟାୟ ନୁହେଁ କେବଳ ଆସ୍ୱସ୍ଥି ମାତ୍ର । ମୁଁ ଏଥିପାଇଁ ପୋଲିସ ଏବଂ ସରକାର ପାଖରେ କୃତଜ୍ଞ । ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ ।”

ଏଥିରେ ଦିଲ୍ଲୀ ଗଣବଳାତ୍କାର ପିଡ଼ିତାଙ୍କର ମା ପ୍ରତିକ୍ରିୟାରେ କହିଛନ୍ତି ଯେ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପୋଲିସଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସେ ସରକାରଙ୍କୁ ଗୁହାରୀ କରିଛନ୍ତି । ନିର୍ଭୟାର ଆରୋପୀଙ୍କୁ କେବେ ନ୍ୟାୟ ମିଳିବ ବୋଲି ସେ ସରକାରଙ୍କୁ ପଶ୍ନ କରିଛନ୍ତି । ପୋଲିସର ଏହି ଏନକାଉଣ୍ଟରକୁ ନେଇ ପୁରା ଦେଶବାସୀ ସେମାନଙ୍କ ଉପରେ ପ୍ରଶଂସା ଅଜାଡ଼ି ଦେଇଛନ୍ତି ।


Share It

Comments are closed.