କ’ଣ ରହିଛି କଇଁଆ ପତ୍ରର ଉପକାରିତା, ଜଣାନ୍ତୁ


ଭାରତରେ ଲୋକମାନେ ଡାକ୍ତରଙ୍କ ଉପରେ ଯେତିକି ବିଶ୍ୱାସ କରନ୍ତି ଘରୋଇ ଉପଚାର ଉପରେ ମଧ୍ୟ ସେତିକି ବିଶ୍ୱାସ କରନ୍ତି । ସତ କହିବାକୁ ଗଲେ ଆପଣାଯାଉଥିବା ଅଧିକତର ଉପଚାର ଲାଭକାରୀ ସାବ୍ୟସ୍ତ ହୋଇଥାନ୍ତି । ଏହି କାରଣରୁ ହିଁ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ଗୁଡ଼ିକର ସମାଧାନ ଘରେ ହିଁ ସମ୍ଭବ ହୋଇପାରୁଛି । ତେଣୁ ଆଜି ଆମେ ଆପଣଙ୍କୁ ସେହିଭଳି କଇଁଆ ପତ୍ରର େଓøଷଧୀୟ ଗୁଣ ସମ୍ବନ୍ଧରେ ଜଣାଇବାକୁ ଜାଉଛୁ ।

କଇଁଆ ପତ୍ରର ଅର୍କ ଜନନାଙ୍ଗ ସଂକ୍ରମଣକୁ ରୋକିଥାଏ ଏବଂ ଏହାର ଲକ୍ଷଣରୁ ମଧ୍ୟ ମୁକ୍ତ କରିଥାଏ । କଇଁଆ ପତ୍ରରେ ଭିଟାମିନ ସି ଭରି ରହିଥାଏ ଯାହା କୌଣସି ବି ସୂକ୍ଷ୍ମଜିବ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ । ପତ୍ରଗୁଡ଼ିକୁ ଆହୁରି ପ୍ରଭାବକରୀ କରିବା ପାଇଁ ଅମୃତଭଣ୍ଡା, ଅଳ୍ପ ଲୁଣ ଏବଂ ପାଣିକୁ ମିଶାଇ ପାରିବେ । ସ୍କର୍ଭି ଭିଟାମିନ ସି ଅଭାବରୁ ହୋଇଥାଏ । କଇଁଆ ପତ୍ରରେ ଉଚ୍ଚ ଏସ୍କୋର୍ବିକ ଏସିଡ ଉପାଦାନ ରହିଥାଏ ଯାହା ଆଣ୍ଟି-ସ୍କର୍ଭି ଭିଟାମିନ ଭାବେ କାର୍ଯ୍ୟ କରିଥାଏ ।

ଏହି ପତ୍ରରେ ଫୁଲାକୁ କମାଇବାର ଗୁଣ ରହିଥାଏ ଏବଂ ଏହାକୁ ଗଣ୍ଠି ଯନ୍ତ୍ରଣା ଓ ଅନ୍ୟ ଫୁଲା ଗୁଡ଼ିକର ଚିକିତ୍ସାରେ ବ୍ୟବହାର କରାଯାଇପାରିବ । ଏହି ପତ୍ରକୁ ସେବନ ଶରୀରରେ ରକ୍ତ ଶର୍କରାର ସ୍ତରକୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ । ଏଥିରୁ ଡାଇବେଟିସ ଭଳି ରୋଗକୁ ନିୟନ୍ତ୍ରିତ କରିବା ପାଇଁ ସାହାଯ୍ୟ ମିଳିଥାଏ । ଏହା ଜଣ୍ଡିସ ଏବଂ ମ୍ୟାଲେରିଆ ଭଳି ରୋଗକୁ ମଧ୍ୟ ଦୂର କରିଥାଏ । ଏହି ପତ୍ରର ରସ ସ୍ତନ୍ୟପାନ୍ୟ କରାଉଥିବା ଜନନୀଙ୍କର ସ୍ତନ୍ୟକ୍ଷୀରର ଗୁଣବତ୍ତାକୁ ବଢ଼ାଇଥାଏ । ଏହା ଖରାପ ଶ୍ୱାସକୁ ମଧ୍ୟ ଦୂର କରିଥାଏ ।


Share It

Comments are closed.