ସିରିଜ ମୂଳପୋଛ କରି ଇତିହାସ ରଚିଲା ଭାରତ


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ଏବଂ ଶେଷ ମ୍ୟାଚରେ ଭାରତ ୨୦୨ରନରେ ବିଜୟୀ ହୋଇଛି । ଶେଷ ମ୍ୟାଚର ଚତୁର୍ଥ ଦିନରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜକୁ ମୂଳ ପୋଛ କରିନେଇଛି । ଏହା ହେଉଛି ପ୍ରଥମ ଥର ଯେଉଁଥିରେ ଭାରତ, ଦକ୍ଷିଣ ଆଫ୍ରିକାକୁ କୌଣସି ସିରିଜରେ ମୂଳପୋଛ କରିଛି ।ପ୍ରକାଶ ଥାଉକି, ଅଧିନାୟକ ବିରାଟ କୋହିଲ ତୃତୀୟ ମ୍ୟାଚରେ ପ୍ରଥମ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଭାରତ ପ୍ରଥମ ୪୯୭ ରନ ସଂଗ୍ରହ କରି ଇଂନିସର ଘୋଷଣା କରିଥିଲା । ସେହିଭଳି ରୋହିତ ଟେଷ୍ଟ କ୍ୟାରିୟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଥିବାବେଳେ ସେ ୨୫୫ଟି ବଲରେ ୨୮ଟି ଚୌକା ଏବଂ ୬ଟି ଛକା ମାରି ୨୧୨ ରନ ସଂଗ୍ରହ କରିଛନ୍ତି ।
ସେହିଭଳି ଉପ-ଅଧିନାୟକ ଅଜିଙ୍ଗ ରାହାଣେ ଟେଷ୍ଟ କ୍ୟାରିୟରେ ନିଜର ୧୧ତମ ଶତକ ହାସଲ କରିଥିବାବେଳେ ରାହାଣେ ନିଜ ଶତକରେ ୧୧୫ ରନର ପାଳି ଖେଳିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜର୍ଜ ଲେଣ୍ଡି (୪) ସବୁଠାରୁ ଅଧିକ ୱିକେଟ ସଂଗ୍ରହ କରିଥିବାବେଳେ ରାବଡା ୩, ଏନରିକ ଏବଂ ଡେନ ଫିଟ ଗୋଟିଏ ଲେଖାଏଁ ୱିକେଟ ସଂଗ୍ରହ କରିଥିଲେ । ୪୯୭ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ ୧୬୨ ରନରେ ଅଲଆଉଟ ହୋଇଯାଇଥିବାବେଳେ ଭାରତ ଦକ୍ଷିଣ ଆଫ୍ରିକାକୁ ପୁଣିଥରେ ଫଲୋଅନ ଦେଇଥିଲା । କିନ୍ତୁ ଏହି ଶେଷ ସୁଯୋଗକୁ ମଧ୍ୟ ଦକ୍ଷିଣ ଆଫ୍ରିକା ହାତ ଛଡା କରିଥିଲା । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇଂନିସରେ ପୁଣିଥରେ ୧୩୩ରନରେ ଅଲଆଉଟ ହୋଇ ଭାରତ ଆଗରେ ନିଜ ମୁଣ୍ଡ ନୁଆଁଇଦେଇଥିଲା ।


Share It

Comments are closed.