ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହେଲେ ରାହାଣେ


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ ଅର୍ଥାତ ଶେଷ ଟେଷ୍ଟ ମ୍ୟାଚରେ ରାହାଣେ ଗତ କାଲି ଏକ ସୁନ୍ଦର ଶତକ ହାସଲ କରିବା ସହ କ୍ରିକେଟ ଜଗତରେ ଏକ ନୂଆ ଇତିହାସ ମଧ୍ୟ ରହିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୬୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ତେବେ ଏହି ମଧ୍ୟରେ ସେ ବିଶ୍ୱର ଏଭଳି ଏକ ଖେଳାଳୀ ହୋଇଯାଇଛନ୍ତି ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଟେଷ୍ଟ ମ୍ୟାଚରେ ରନ ଆଉଟ ହୋଇ ନାହାନ୍ତି । ଏହା ସହ ରାହାଣେ ନିଜର ସହଯୋଗୀ ଖେଳାଳୀଙ୍କୁ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରନ ଆଉଟ ମଧ୍ୟ କରି ନାହାନ୍ତି । ଗତ କାଲି ରାହାଣେ ଏବଂ ରୋହିତ ଶର୍ମା ମଧ୍ୟରେ ୨୦୦ ରନର ପାର୍ଟନରସିପ ହୋଇଥିଲା । ରାହାଣେ, ରୋହିତଙ୍କ ସହ ମିଶି ୨୦୦ ରନର ସହଭାଗିତା କରିଥିବାବେଳେ ଏହି ମଧ୍ୟରେ ଖରାପ ସମୟରେ ଉଭୟ ଦଳର ମଙ୍ଗ ସମ୍ଭଳୀଥିଲେ ।

ରାହାଣେ ୧୧୫ ରନର ଏକ ସୁନ୍ଦର ଇଂନିସ ଖେଳିଥିବାବେଳେ ସେ ଟେଷ୍ଟରେ ନିଜର ୧୧ତମ ଶତକ ହାସଲ କରିଛନ୍ତି । ପ୍ରକାଶଥାଉକି, ରାହାଣେ ୨୦୧୬ରେ ନିଜ୍ୟୁଲାଣ୍ଡ ବିପକ୍ଷରେ ୧୮୮ ରନର ଏକ ବଡ ଇଂନିସ ଖେଳିଥିବାବେଳେ ସେ ଗତ କାଲିର ମ୍ୟାଚରେ ୧୯୨ ବଲରେ ୧୧୫ ରନ ସଂଗ୍ରହ କରିଥିଲେ ।ଟେଷ୍ଟରେ ସବୁଠାରୁ ଅଧିକ ରନ ଆଉଟର କଥା ଯଦି କହିବା, ତେବେ ଏହି ତାଲିକାରେ ସର୍ବଶ୍ରେଷ୍ଠ ସ୍ଥାନରେ ‘ସୟଦ କିରମାନି’ଙ୍କ ନାମ ରହିଛି, ଯିଏକି ୭ ଥର ରନ ଆଉଟ ହୋଇଛନ୍ତି ।


Share It

Comments are closed.