ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ପ୍ରତ୍ୟୁଷା


ବିଜେଡି ପକ୍ଷରୁ ଗତ କାଲି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବର୍ତ୍ତମାନ ଟିକେଟରୁ ବଞ୍ôଚତ ହୋଇଥିବା ନେତାଙ୍କ ମଧ୍ୟରେ ବିଦ୍ରୋହର ନିଆଁ ଜୋର ଧରିଲାଣି । ସବୁଠାରୁ ମୁଖ୍ୟ କଥା ହେଲା ଟିକେଟରୁ ବଞ୍ଚିତ ହୋଇଥିବା ନେତାମାନେ ବର୍ତ୍ତମାନ ବିଜେପିରେ ସାମିଲ ହେବା ଲାଗି କସରତ ଆରମ୍ଭ କରିଦେଲେଣି । ଯଦି ଏହି ପରିପ୍ରେକ୍ଷୀରେ ଆମେ ନୟାଗଡର ରାଣୀ ତଥା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ କଥା କହିବା ତେବେ ସେ ଖୁବ ଶୀଘ୍ର ବିଜେପିରେ ଯୋଗଦେଇପାରନ୍ତି ଚର୍ଚ୍ଚା ଜୋର ଧରିଲାଣି ।
ପ୍ରତ୍ୟୁଷା ବର୍ତ୍ତମାନ ଦିଲ୍ଲୀରେ ଥିବାବେଳେ ସେ ବର୍ତ୍ତମାନ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କନ୍ଧମାଳରୁ ଡ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରାଯିବା ପରେ ବର୍ତ୍ତମାନ ସେଠାରେ ଦଳ ଭିତରେ ବିଦ୍ରୋହର ନିଆଁ ଦେଖା ଦେଲାଣି ।


Share It

Comments are closed.