ଜାଣନ୍ତୁ ଏହି ବର୍ଷ ଆପଣଙ୍କ କିପରି କଟିବ


କୁମ୍ଭ –
ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆପଣ ନିରୋଗ ରହିବା ସହ ନିଜକୁ ସୁସ୍ଥବୋଲି ମନେ କରିବେ । ଆପଣଙ୍କ ଭିତରେ ଜୋସ, ଉତ୍ସାହ ଏବଂ ଅଦ୍ଭୁତପୂର୍ଣ୍ଣ ଶକ୍ତି ଦେଖିବାକୁ ମିଳିବ । ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଏହି ବର୍ଷ ଆପଣଙ୍କ କ୍ୟାରିୟରେ ଉଚ୍ଚଗତି ପ୍ରାପ୍ତ ହେବ । ଏହା ସହ ଆପଣଙ୍କ ଆର୍ଥିକ ସ୍ତର ସ୍ୱଚ୍ଛଳ ରହିବ ।
ମିନ –
ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବାବେଳେ କିନ୍ତୁ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ଆବଶ୍ୟକ । ଏହି ବର୍ଷ ଆପଣ ନିଜ କ୍ୟାରିୟରେ ଆଶାତିତ ସଫଳତା ହାସଲ କରି ପାରିବେ । କାର୍ଯ୍ୟକ୍ଷେତ୍ରରେ ଆପଣ ଏକ ନୂଆ ପରିଚୟ ସୃଷ୍ଟି କରିପାରିବେ । ଏହି ବର୍ଷ ଆପଣଙ୍କ ଛବି ଜଣେ ପରିଶ୍ରମୀ, ସଚ୍ଚୋଟ ଏବଂ ନ୍ୟାୟବନ୍ତ ଲୋକ ହିସବାରେ ରହିବ ।

ମେଷ:
ଏହି ବର୍ଷ ମେଷରାଶି ଥିବା ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅସ୍ଥିରତା ଦେଖାଦେଇପାରେ । ଆପଣଙ୍କ କ୍ୟାରିୟର ଦିଗରେ ମିଶ୍ର ପରିଣାମ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ଘଟିବାର ସମ୍ଭାବନା ରହିଛି । ବର୍ଷ ଆରମ୍ଭରୁ ଆପଣଙ୍କ ଆର୍ôଥକ ସ୍ଥିତିରେ ବୃଦ୍ଧି ଘଟିବ, କିନ୍ତୁ ସେହି ଅନୁପାତରେ ଆପଣଙ୍କ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିବ । ପ୍ରେମ ଜୀବନରେ କିଛି ବିଶେଷ ପରିବର୍ତ୍ତନ ଘଟିବ ନାହିଁ ।
ବୃଷ:
ବୃଷ ରାଶିର ବ୍ୟକ୍ତିବିଶେଷମାନେ ହେି ବର୍ଷ ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବେ । କ୍ୟାରିୟର ଜୀବନ କଷ୍ଟସାଧ୍ୟ ହୋଇପାରେ । ଉତ୍ତମ ପରିଣାମ ପାଇବା ପାଇଁ ଆପଣଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିବ । ଅର୍ôଥକ ଜୀବନରେ କିଛି ମାତ୍ରାରେ ଉନ୍ନତି ଘଟିବ । କିନ୍ତୁ ଖର୍ଚ୍ଚ ସୀମିତ ନକଲେ ଅର୍ଥିକ ସ୍ଥିତିରେ ଅବନ୍ନତି ଘଟିବ । ଆୟର ନୂତନ ସ୍ରୋତରେ ସାମିଲ ହେବେ ।
ମିଥୁନ:
ଏହି ବର୍ଷରେ ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ସ୍ୱସ୍ଥବସ୍ଥାରେ ଉନ୍ନତି ଘଟିବ, କିନ୍ତୁ ବର୍ଷ ଆରମ୍ଭରେ ଆପଣଙ୍କୁ କିଛି ମାତ୍ରାରେ ସାବଧାନ ରହିବାକୁ ହେବ । କ୍ୟାରିୟରରେ ବିଘ୍ନ ଘଟିବାର ସମ୍ଭାବନା ରହିଛି । କ୍ୟାରିୟରକୁ ବୃଦ୍ଧି କରିବାକୁ ହେଲେ ଆପଣଙ୍କୁ ନୂଆ ନୂଆ ଉପାୟଗୁଡ଼ିକୁ ଆପଣାଇବାକୁ ହେବ । ଏହି ବର୍ଷ ଆପଣ ଧନ ଏକତ୍ରିତ କରିବାରେ ସଫଳ ହେବେ । ଆର୍ଥିକ ଜୀବନରେ ଏକ ବଡ଼ ଉପଲବ୍ଧି ହାସଲ କରିବେ । ବେପାର ପାଇଁ ଆପଣଙ୍କୁ ଘରଠାରୁ ଦୁରରେ ରହିବାକୁ ପଡ଼ିପାରେ ।
କର୍କଟ:
ଏହି ବର୍ଷଟି କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଅତି ଶୁଭପ୍ରଦ ଅଟେ । ଏହି ବର୍ଷ ଆପଣଙ୍କ ଆର୍ôଥକ ସ୍ଥିତି ବହୁତ ସ୍ୱଚ୍ଛଳ ରହିବ ଓ ସମାଜରେ ପ୍ରତିଷ୍ଠିତ ହେବେ । ଧନ ଲାଭ ସହିତ ଆପଣଙ୍କର କିଛି ଧନ ହାନି ମଧ୍ୟ ଘଟିପାରେ । ସ୍ୱାସ୍ଥ ପ୍ରତି ଆପଣଙ୍କୁ ସାମାନ୍ୟ ଧ୍ୟାନ ଦେବାକୁ ହେବ । ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ଘଟିବ ।
ସିଂହ:
ଏହି ବର୍ଷ ଆପଣଙ୍କ ଜୀବନ ଭଲ ରହିବ । ବର୍ଷ ଆରମ୍ଭରୁ ଆପଣ ସାମାନ୍ୟ ଅସୁସ୍ଥ ରହିପାରନ୍ତି । କ୍ୟାରିୟରରେ ଆପଣଙ୍କୁ ଶୁଭ ପରିଣାମ ମିଳିବ । ନୂଆ ଜାଗାରେ ଆପଣଙ୍କୁ ନିଯୁକ୍ତି ମିଳିପାରେ । ଆପଣଙ୍କ ପରିଶ୍ରମ ଆପଣଙ୍କୁ ନୂଆ ପରିଚୟ ପ୍ରଦାନ କରିବ । ବନ୍ଧୁଙ୍କ ସହିତ କିଛି ମାତ୍ରାରେ ଭୁଲ ବୁଝାମଣା ହୋଇପାରେ । ପ୍ରେମ ଜୀବନରେ ଆପଣଙ୍କୁ ଏହି ବର୍ଷରେ ସଫଳତା ମିଳିବ ।
କନ୍ୟା:
ସହି ବର୍ଷ ଆପଣଙ୍କ କ୍ୟାରିୟରରେ ମିଶ୍ର ପରିଣାମ ମିଳିବ । କିଛି ପରିସ୍ଥିତି ଆସିବ, ଯାହା ଆପଣଙ୍କୁ ନିରାଶ କରିବ, କିନ୍ତୁ ଏହି ସବୁ ପରିସ୍ଥିମାନଙ୍କରୁ ଆପଣଙ୍କ ସଫଳତାର ମାର୍ଗ ମଧ୍ୟ ଖୋଲିପାରେ । ୨୦୧୯ ଆପଣଙ୍କ ପ୍ରେମ ଜୀବନ ପାଇଁ ମିଶ୍ର ରହିବ । ସମ୍ପର୍କ ପାଇଁ ବର୍ଷ ଆରମ୍ଭ କିଛି ମାତ୍ରାରେ ଖାସ୍ ରହିବ ନାହିଁ । ବ୍ୟବସାୟ କାରଣରୁ ଆପଣଙ୍କୁ ଦୂରକୁ ଯିବାକୁ ପଡ଼ିପାରେ ।
ତୁଳା:
ଏହି ବର୍ଷ କେବଳ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଲାଭ ମିଳିବ ନାହିଁ, ବରଂ ରୋଗ ମଧ୍ୟ ଦୂର ହେବ । କ୍ୟାରିୟରରେ ବହୁତ ଭଲ ପରିଣାମ ମିଳିବ । ସହକର୍ମୀଙ୍କଠାରୁ ଆପଣ ସାହାଯ୍ୟ ପାଇବେ । ଏହି ବର୍ଷରେ ଆପଣଙ୍କ ଅନେକ ନୂତନ ସମ୍ପର୍କ ସୃଷ୍ଟି ହେବ । ପ୍ରେମ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ପାରିବାରିକ ସୁଖ ଓ ଶାନ୍ତି ମିଳିବ ।
ବିଛା:
ଆପଣ ଆପଣଙ୍କ ଫିଟ୍ନେଶ୍ ସମସ୍ୟାରେ ବୁଡ଼ି ରହି ପାରନ୍ତି । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ ଓ ନୂତନ ଚାକିରି ପ୍ରସ୍ତାବ ମିଳିବ । କ୍ୟାରିୟର ପାଇଁ ବିଦେଶ ଗମନର ସମ୍ଭାବନା ରହିଛି । ଆର୍ôଥକ ସ୍ଥିତିରେ ଆପଣ ମିଶ୍ରିତ ଫଳ ପାଇପାରନ୍ତି । ପ୍ରେମ ଜୀବନ ପାଇଁ ଏହି ବର୍ଷ ଉତ୍ତମ ରହିବ ।
ଧନୁ:
କ୍ୟାରିୟରକୁ ଦେଖିବାକୁ ଗଲେ ଏହି ବର୍ଷରେ ଆପଣ ମିଶ୍ର ପରିଣାମ ପାଇବେ । ନିଜର ପରିଶ୍ରମର ଫଳ ଆପଣ ପାଇବେ । ଆର୍ôଥକ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ । ବିଭିନ୍ନ ମାଧ୍ୟମରୁ ଆପଣଙ୍କୁ ଆର୍ôଥକ ସହାୟତା ମିଳିବ । ବ୍ୟବସାୟରେ ଆପଣ ଉତ୍ତମ ଲାଭ ପାଇବେ । ଯଦି କୌଶସି ବନ୍ଧୁଙ୍କ ସହିତ ବିବାଦ ଲାଗେ, ତେବେ ଏହାକୁ ଆଗକୁ ବଢ଼ାଇ ଏହାର ସମାଧାନ କରନ୍ତୁ ।

ମକର:
୨୦୧୯ ଆପଣଙ୍କ ପାଇଁ ଶୁଭ ରହିବ । କିନ୍ତୁ ସ୍ୱାସ୍ଥ୍ୟକୁ ନେଇ କିଛି ମାତ୍ରାରେ ଚିନ୍ତିତ ରହିବେ । ଆର୍ôଥକ ଜୀବନ ମିଶ୍ର ରହିବ । ଚାକିରି କରିଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବ । ଯଦି ଆପଣ ପ୍ରେମ ସମ୍ପର୍କ ସୃଷ୍ଟି କରିବାକୁ ଚାହୁଁଥାଆନ୍ତି, ତେବେ ଏହି ବର୍ଷ ଆପଣଙ୍କ ଇଚ୍ଛା ପୂରଣ ହେବ ।


Share It

Comments are closed.