ଚତୁର୍ଥ ଟେଷ୍ଟ ପାଇଁ ଘୋଷଣା ହେଲା ଦଳ, ପୁଣି ଥରେ ମିଳିପାରେ ରାହୁଲଙ୍କୁ ସୁଯୋଗ


ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ଚତୁର୍ଥ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଭାରତୀୟ ଦଳ ଏଥିପାଇଁ ୧୩ ଜଣ ଖେଳାଳୀଙ୍କର ନାମ ଘୋଷଣା କରିଛି, ଯେଉଁଥିରେ କେଏଲ ରାହୁଲ ମଧ୍ୟ ସାମିଲ ଅଛନ୍ତି । ପ୍ରକାଶ ଥାଉକି ରୋହିତ ଶର୍ମା ଚତୁର୍ଥ ଟେଷ୍ଟ ଖେଳିବାରୁ ବାଦ ପଡିବାରୁ ତାଙ୍କ ବଦଳରେ କେଏଲ ରାହୁଲଙ୍କୁ ଖେଳାଯାଇପାରେ ବୋଲି ସୂଚନା ମିଳିଛି ।
କେଏଲ ରାହୁଲ ଖରାପ ଫର୍ମରେ ଥିବା ହେତୁ ତାଙ୍କୁ ମେଲବର୍ଣ୍ଣ ଟେଷ୍ଟରେ ଖେଳାଯାଇନଥିଲା । କିନ୍ତୁ ବର୍ତ୍ତମାନ ଏହା ଲାଗୁଛି ଯେ, ଅଧିନାୟକ ବିରାଟ କୋହଲି ତାଙ୍କୁ ପୁଣିଥରେ ଏକ ସୁଯୋଗ ଦେଇପାରନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଚତୁର୍ଥ ଟେଷ୍ଟ ପାଇଁ ଚୟନ ହୋଇଥିବା ଖେଳାଳୀଙ୍କ ମଧ୍ୟରୁ ପୁଣି ଥରେ ଆଶ୍ୱିନୀଙ୍କୁ ସ୍ଥାନ ଦିଆଯାଇଛି, ଯେତେବେଳେ ସେ କି ଫିଟରେ ନାହାନ୍ତି । ସିଡିନରେ ଆଜି ତାଙ୍କ ଫିଟନେସ ଟେଷ୍ଟ ହୋଇଥିଲା, ଯେଉଁଥିରେ ସେ ଫେଲ ହୋଇଥିଲେ ।
ତେବେ ଚତୁର୍ଥ ଟେଷ୍ଟ ପାଇଁ ଚୟନ ହୋଇଥିବା ଖେଳାଳୀମାନେ ହେଲେ, ବିରାଟ କୋହଲୀ, ଅଜିଙ୍କ ରାହାଣେ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୋହମ୍ମଦ ଶାମୀ, ଯଶପ୍ରୀତ ବୁମରା, ଉମେଶ ଯାଦବ, ଆର ଅଶ୍ୱିନୀ ।


Share It

Comments are closed.