ଆରପାରିରେ ବଲିଉଡର ହାସ୍ୟ ଅଭିନେତା କାଦର


ବର୍ଷ ୨୦୧୯ ବଲିଉଡ ପାଇଁ ଏକ ଦୁଖଜଃ ଖବର ନେଇ ଆସିଛି । କାଦରଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଦିନ ହେବ ନାନା ଗୁଜୁବ ଲାଗି ରହିଥିବାବେଳେ ଏବେ ଏହି ସବୁ ଉପରୁ ପୁନଃଛେଦ ପଡିଛି । ବଲିଉଡର ଭେଟରାନ ଅଭିନେତା ତଥା ନିଜ ଅଭିନୟ ବଳରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିତିଥିବା ଏହି ବ୍ୟକ୍ତିତ୍ୱ ଆଜି ଆଉ ନାହାନ୍ତି । କାଦରଙ୍କର ନିଧନ ଖବର ଶୁଣି ଆଜି ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି ।
ପ୍ରକାଶ ଥାଉକି କାଦର ଏକ ଗୁରୁତର ରୋଗରେ ପିଡିତ ହୋଇ ଦୀର୍ଘ ଦିନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ । କାଦର ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ଆଜି ତାଙ୍କର ନିଧନ ଘଟିଛି । ସେ କାନାଡାସ୍ଥିତ ଏକ ଘରୋଇା ହସ୍ପିଟାଲରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରକାଶ ଥାଉକି ତାଙ୍କ ମୃତ୍ୟୁ ଖବରକୁ ନେଇ କାଲି ଅନେକ ଗୁଜବ ମଧ୍ୟ ଉଠିଥିଲା, ଯାହାକୁ ତାଙ୍କ ପୁଅ ମିଥ୍ୟା ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ ଆଜି ତାଙ୍କ ନିଧନ ଘଟିଛି ।
୮୧ ବର୍ଷିୟ ଏହି ଅଭିନେତା ଏକାଧାରାରେ ଜଣେ ଅଭିନେତା ହେବା ସହ ନିର୍ଦ୍ଦେଶକ ଏବଂ ଲେଖକ ମଧ୍ୟ ଥିଲେ । ତାଙ୍କର ଜନ୍ମ ଆଫଗାନରେ ହୋଇଥିବାବେଳେ ସେ ୩୦୦ରୁ ଉର୍ଦ୍ଧ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।


Share It

Comments are closed.