‘ଟେକ ଅଫ’ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ , ୧୪ ଯାତ୍ରୀ ମୃତ


କାଜକିସ୍ଥାନ ଅଲମାଟି ଏୟାରଲାଇନ୍ସର ୧୦୦ ଯାତ୍ରୀ ବିଶିଷ୍ଟ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଥିବାର ସୂଚନା ମିଳିଛି । ଅଲମାଟି ବିମାନ ବନ୍ଦରରୁ ‘ଟେକ ଅଫ’ ନେଉଥିବା ସମୟରେ ବିମାନଟି ନିଜ ନିୟନ୍ତ୍ରଣ ହରାଇ ଏକ ଦୁଇ ମହଲା ବିଶିଷ୍ଟ କୋଠଘରେ ମାଡ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ଏଥିରେ ପାଖପାଖି ୧୦୦ ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ଏହା ଅଲମାଟିରୁ କାଜକିସ୍ଥାନ ରାଜଧାନୀ ନୁରସୁଲତାନ ଅଭିମୁଖେ ଯାତ୍ରା କରୁଥିଲା ।
ଏହି ଦୁର୍ଘଟଣାରେ ବର୍ତ୍ତମାନ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଭାବେ ଆହତ ମଧ୍ୟ ଅଛନ୍ତି । ଜିଲ୍ଲା ଏବଂ ବିମାନ ବନ୍ଦର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଘଟଣାସ୍ଥାଳୀରେ ସମସ୍ତ ଜରୁରୀକାଳୀନ ସେବ ନିୟୋଜିତ କରାଯାଇଛି ବୋଲି ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।


Share It

Comments are closed.