ବାସି ରୋଟି ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ


ଅନେକ ଲୋକଙ୍କ ଘରେ ରାତିରେ ରୁଟି ଖାଇବା ପରେ ବଳିଯାଇଥାଏ କିନ୍ତୁ ଏହା ଖାଇବା ଦ୍ୱାରା ପେଟ ସମସ୍ୟା ବାହାରିବ ବୋଲି ଡରି କେହି କେହି ଏହି ବାସି ରୁଟି ଫୋପାଡି ଦିଅନ୍ତି । ଅଟାରେ ପ୍ରସ୍ତୁତ ଥିବା ରୁଟିରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହା ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପ୍ରଦାନ କରିବାରେ ସହାୟକ ହୋଇପାରିବ ।

ଯଦି ଆପଣ ବାସି ରୁଟି ଖାଉଛନ୍ତି ତେବେ ଜାଣନ୍ତୁ ସ୍ୱାସ୍ଥ୍ୟପ୍ରତି ଏହାର ଉପକାରିତା ସମ୍ପର୍କରେ. .

• ପ୍ରତିଦିନ ସକାଳୁ ବାସି ରୁଟି ଖାଇବା ଦ୍ୱାରା ଏହା ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇପାରିବ । ଏଥିରେ ଥିବା ଫାଇବର ଶରୀରରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଖିର ସହିତ କିମ୍ବା ଚାହା ସହିତ ପ୍ରତିଦିନ ସକାଳୁ ବାସି ରୁଟି ଖାଆନ୍ତୁ ।

• ସାଧାରଣତଃ ବାସି ଖାଦ୍ୟ ଖାଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ରୋଟି ପକ୍ଷରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ବାସି ରୁଟି ଖାଇବା ଦ୍ୱାରା ପେଟର ଗ୍ୟାସ ସମସ୍ୟରୁ ମୁକ୍ତି ମିଳିବ ଏବଂ ଆପଣ ଯଦି ପ୍ରତିଦିନ ଗ୍ୟାସ େଓøଷଧ ଖାଉଛନ୍ତି ତେବେ ବାସି ରୁଟି ଆପଣଙ୍କୁ ଏହି ସମସ୍ୟାର ଉପଚାର ପାଇଁ ଅମୃତ ସଦୃଶ କାର୍ଯ୍ୟ କରିବ ।

• ବାସି ରୋଟିରୁ କଞ୍ଚା ଅଟାର ଭାଗକୁ ଦୂର କରିବା ପାଇଁ ଆପଣ ପାଣିରେ ରୋଟିକୁ ଧୋଇଦିଅନ୍ତୁ ଏବଂ ଖିରରେ ଚକଟିକି ଖାଆନ୍ତୁ । ଏହା ଶରୀରରେ ବ୍ଲଡ ପ୍ରେସରର ସନ୍ତୁଳନ କରିବା ସହିତ ଶରୀରକୁ ଭିତରୁ ଥଣ୍ଡା ରଖିଥାଏ । ଏବଂ ଏହା ମଧ୍ୟ ପେଟ ଥଣ୍ଡା କରିଥାଏ ।

• ଆୟୁର୍ବେଦ ବିଦ୍ୟାରେ ମଧ୍ୟ ବାସି ରୋଟି ସେବନର ଉପକାର ସମ୍ପର୍କରେ ଉଲ୍ଲେଖ ରହିଛି । ବାସି ରୋଟି ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଟ୍ୟୁମର ଏବଂ ଲିଭର ସମସ୍ୟା ଦୂର ହୋଇଥାଏ । ଏବଂ ପେଟ ଗରମ ହେବା ଫମ୍ପେଇବ ସମସ୍ୟା ମଧ୍ୟ ଦୂର ହୋଇଥାଏ । ବୃଦ୍ଧ ବ୍ୟକ୍ତିମାନଙ୍କୁ ହଜମ କ୍ରିୟାରେ ଅସୁବିଧା ମଧ୍ୟ ଦେଖାଯାଇଥାଏ । ଏହି ପରି ପରିସ୍ଥିତିରେ ଆପଣ ସେମାନଙ୍କୁ ବାସି ରୁଟି ଦିଅନ୍ତୁ ଯାହା ସେମାନଙ୍କ ଅଧାରୁ ଅଧିକ ସମସ୍ୟାକୁ ଦୂର କରିପାରିବ ।


Share It

Comments are closed.