ବଜାରକୁ ଆସିଲା ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ୱାଚ୍୨ର ୪ଜି ସଂସ୍କରଣ


ଦେଶର ପ୍ରମୁଖ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ ଫୋନ୍ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଆଜି କମ୍ପାନୀର ୪ଜି ସ୍ମାର୍ଟୱାଚ୍ ବର୍ଗକୁ ସମ୍ପ୍ରସାରଣ କରି ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିର ଉନ୍ମୋଚନ କରାଯାଇଛି । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିର ଶୁଭାରମ୍ଭ ସହ ବର୍ତମାନ ଭାରତରେ ସାମସଙ୍ଗର ସର୍ବବୃହତ୍ ୪ଜି ୱାଚ୍ ଫୋର୍ଟଫୋଲିଓ ରହିଛି । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିକୁ ‘ଅନ୍ ଦ ଗୋ’ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଡିଜାଇନ୍ କରାଯାଇଛି ; ଯାହାକି ସେମାନଙ୍କୁ ସ୍ମାର୍ଟଫୋନ୍ ବିନା ସବୁ ସମୟରେ ନିଜ ଫିଟ୍ନେସ ଲକ୍ଷ୍ୟର ତଥ୍ୟ ରଖିବାକୁ ଓ ଦୁନିଆ ସହ ଜଡିତ ରହିବାକୁ ସକ୍ଷମ କରିଥାଏ ।

ନୂଆ ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିର ଶୁଭାରମ୍ଭ ସାମସଙ୍ଗର ଉତ୍ପାଦଗୁଡିକର ଏକ ଇକୋସିଷ୍ଟମ ଗଠନ କରିବାର ପ୍ରତିଶୃତି ଦର୍ଶାଉଛି; ଯାହାକି ଉପଭୋକ୍ତାଙ୍କୁ ବିନା ବାଧାରେ କାର୍ଯ୍ୟ ଓ ଖେଳ ମଧ୍ୟରେ ସ୍ୱିଚ୍ କରିବାର ଅନୁମତି ପ୍ରଦାନ କରିଥାଏ । ଚଳିତ ବର୍ଷ ଆରମ୍ଭରେ ସାମସଙ୍ଗ ଗ୍ୟାଲାକ୍ସି ୱାଚ୍ ୪ଜିର ଘୋଷଣା କରିଥିଲା ଯାହାକି ଭାରତରେ କମ୍ପାନୀର ପ୍ରଥମ ୪ଜି ସ୍ମାର୍ଟୱାଚ୍ ଥିଲା । ୱାଚ୍ ଆକ୍ଟିଭ୍୨ ୪ଜି ସହ ସାମସଙ୍ଗ ଭାରତର ଏକମାତ୍ର ବ୍ରାଣ୍ଡ ପାଲଟିଛି ଯାହା ଏହାର ଉପଭୋକ୍ତାଙ୍କୁ ଏକାଧିକ ୪ଜି ସ୍ମାର୍ଟୱାଚ୍ ବିକଳ୍ପ ପ୍ରଦାନ କରୁଛି ।

ସାମସଙ୍ଗରେ ଆମେ ଉପଭୋକ୍ତାଙ୍କ ଆବଶ୍ୟକତାକୁ ବୁଝିଛୁ । ଗ୍ୟାଲାକ୍ସି ଇକୋସିଷ୍ଟମକୁ ନୂତନ ଉଦ୍ଭାବନ ଓ ଟେକ୍ନୋଲୋଜିଗୁଡିକୁ ସମସ୍ତଙ୍କ ନିକଟରେ ପହଂଚାଇବା ସୁନିଶ୍ଚିତ କରିବା ଲାଗି ଗଠନ କରାଯାଇଛି । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିର ଶୁଭାରମ୍ଭ ସାମ୍ସଙ୍ଗର ବର୍ତମାନ ଭାରତରେ ବ୍ୟାପକ ଶ୍ରେଣୀର ୪ଜି ସ୍ମାର୍ଟୱାଚ୍ ରହିଛି ଯେଉଁଥିରେ ୨ଟି ସ୍ୱତନ୍ତ୍ର ଡିଜାଇନ୍ ଟେମ୍ପଲେଟ୍, ୩ଟି ସାଇଜ୍ ଓ ୬ଟି କଲର୍ ଫିନିସ୍ ରହିଛି । ବାଧାହୀନ ୪ଜି ସଂଯୋଗ ସହ ଫ୍ରେସ୍ ଡିଜାଇନ୍ ଲାଙ୍ଗୁଏଜ୍ ଓ ନୂଆ ଡିଜିଟାଲ ବେଜେଲ୍ ୟୁଆଇ ୱାଚ୍ ଆକ୍ଟିଭ୍୨କୁ ଷ୍ଟାଇଲ୍ ଓ କାର୍ଯ୍ୟଦକ୍ଷତା ସନ୍ଧାନରେ ଥିବା ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦରେ ପରିଣତ କରୁଛି । ସାମସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍ନେସ୍ ଡାଇରେକ୍ଟର ଆଦିତ୍ୟ ବାବର୍ଙ୍କ କହିବା ଅନୁଯାୟୀ, ‘ଡୁ ହ୍ୱାଟ୍ ୟୁ କ୍ୟାଂଟ୍’ ମନ୍ତ୍ରା ଏଭଳି ଅର୍ଥପୂର୍ଣ୍ଣ ଉଦ୍ଭାବନ ପଛର ମୁଖ୍ୟ ଶକ୍ତି ହୋଇ ରହିଆସିଛି ଯାହା ଆମକୁ ଆମ ଗ୍ରାହକଙ୍କ ଜୀବନକୁ ଅଧିକ ସମୃଦ୍ଧ କରିବାରେ ସହଯୋଗ କରୁଛି ।

ଆପଣଙ୍କ ଜୀବନକୁ ସୁହାଇଲା ଭଳି ଉନ୍ନତ ଡିଜାଇନ୍

ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜି ଆପଣଙ୍କ ବ୍ୟକ୍ତିତ୍ୱ ଓ ଷ୍ଟାଇଲ୍କୁ ମ୍ୟାଚ୍ କରି ବିଭିନ୍ନ କଷ୍ଟମାଇଜେସନ ପ୍ରଦାନ କରୁଛି । ଏହି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ୪୪ଏମ୍ଏମ୍ ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜି ଲେଦର ବ୍ୟାଣ୍ଡ ସହ ଏକ ପ୍ରିମିୟମ, ସଲିଡ୍ ଷ୍ଟେନ୍ଲେସ୍-ଷ୍ଟିଲ୍ କେସରେ ଉପଲବ୍ଧ ହେଉଛି । ହାଲୁକା ଓଜନ, ପତଳା ଓ ଏର୍ଗୋନୋମିକ୍ ଡିଜାଇନ୍ ଏହାକୁ ଯେକୌଣସି ଅବସର ପାଇଁ ଏକ୍ଦମ ସଠିକ୍ ଫିଟ୍ କରୁଛି । ଆପଣ ଏହାର ଷ୍ଟିଲ୍ କେସ୍ର ୩ଟି ଭିନ୍ନ ଭିନ୍ନ ଫିନିସ୍ ଗୋଲ୍ଡ, ବ୍ଲାକ୍ ଓ ସିଲ୍ଭରକୁ ଚୟନ କରିପାରିବେ । ଏହାର ସୁପର୍ ଆମୋଲେଡ୍ ଡିସ୍ପ୍ଲେ ସ୍କ୍ରିନ୍ ଏଜ୍କୁ କଭର୍ କରିବା ସହ ଏଥିରେ ଏକ ଟକ୍ଟ୍ର୍ ବେଜେଲ୍ ରହିଛି ଯାହା ଉପଭୋକ୍ତାଙ୍କୁ ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିରେ ଆପ୍ଗୁଡିକୁ ପରିଚାଳନା କରିବା ସମୟରେ ନୂତନ ଅଭିଜ୍ଞତା ପ୍ରଦାନ କରିବ ।

ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ହାସଲ କରନ୍ତୁ
ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜି ଉପଭୋକ୍ତାଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ପ୍ରଦାନ କରି ସେମାନଙ୍କ ଫିଟ୍ନେସ୍ ସ୍ତରରେ ସୁଧାର ଆଣିବାକୁ ସକ୍ଷମ କରିବା ଲାଗି ଲକ୍ଷ୍ୟ ରଖିଛି । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିରେ ଆଡ୍ଭାନ୍ସଡ୍ ସେନ୍ସର ରହିଛି ଯାହା ଚାଲିବା, ଦୌଡିବା, ସାଇକେଲ୍ ଚଳାଇବା, ରୋଇଙ୍ଗ୍, ଏଲିପ୍ଟିକାଲ ଟ୍ରେନର୍, ଡାଇନାମିକ୍ ୱାର୍କଆଉଟ୍ ଓ ସ୍ୱିମିଙ୍ଗ୍ ଭଳି ଲୋକପ୍ରିୟ ଗତିବିଧିଗୁଡିକ ପାଇଁ ଅଟୋ ଟ୍ରାକିଙ୍ଗ୍ ସହ ପ୍ରାୟ ୩୯ଟି ଭିନ୍ନ ଭିନ୍ନ ଗତିବିଧିକୁ ସଠିକ୍ ରୂପେ ଟ୍ରାକ୍ କରିପାରିଥାଏ । ଏହି ସ୍ମାର୍ଟୱାଚରେ ଏକ ଅପ୍ଡେଟେଡ୍ ‘ରନିଙ୍ଗ୍ କୋଚ୍’ ରହିଛି ଯାହା ୭ଟି ଭିନ୍ନ ଭିନ୍ନ ରନିଙ୍ଗ୍ ପ୍ରୋଗ୍ରାମ୍କୁ ଆକ୍ସେସ୍ ପ୍ରଦାନ କରିବା ସହ ଉପଭୋକ୍ତାଙ୍କୁ ବାସ୍ତବ ସମୟରେ ନିଜର ରନିଙ୍ଗ୍ ପେସ୍ ମନିଟର କରିବାକୁ ଦେଇଥାଏ । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିରେ ଏକ ଆଡ୍ଭାନ୍ସଡ୍ ହେଲ୍ଥ ସେନ୍ସର ରହିଛି ଯାହା ଫାଷ୍ଟର ରିଡିଙ୍ଗ (ପଢିବା) ଓ ବିସ୍ତୃତ ଉପଭୋକ୍ତା ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି । ଏହା ଶରୀରର ଚାପ ସ୍ତର (ଷ୍ଟ୍ରେସ୍ ଲେଭେଲ୍)କୁ ମଧ୍ୟ ମାପିଥାଏ ।

ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜି ଏହାର ଲୋକପ୍ରିୟ ସ୍ଲିପ୍, ମେଡିଟେସନ୍ (ଧ୍ୟାନ) ଆପ୍, ‘କାମ୍’ ଆପ୍ର ଏକ ଏକତ୍ରୀକରଣ ମାଧ୍ୟମରେ ନିର୍ଦ୍ଦେଶିତ ଧ୍ୟାନ କାର୍ଯ୍ୟକ୍ରମ ପାଇଁ ଆକ୍ସେସ୍ ପ୍ରଦାନ କରୁଛି; ଯାହାକି ଉପଭୋକ୍ତାଙ୍କୁ ସୁନିଦ୍ରା ବିଶ୍ଳେଷଣ ହାସଲ କରିବାକୁ ସକ୍ଷମ କରିଥାଏ ।

ବାଧାହୀନ ସଂଯୋଜିତ ଜୀବନଶୈଳୀ

ସାମସଙ୍ଗ ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିରେ ଇ-ସିମ୍ କନେକ୍ଟିଭିଟି ରହିଛି ଯାହା ଉପଭୋକ୍ତାଙ୍କୁ ନେଟ୍ୱର୍କ ସହ ସଂଯୋଜିତ ରହିବାରେ ସହଯୋଗ କରିବା ସହ ନିଜ ଆଖପାଖରେ ମୋବାଇଲ ଫୋନ୍ ନରଖି ମଧ୍ୟ ସ୍ମାର୍ଟୱାଚ୍ରୁ ସ୍ୱାଧୀନ ଭାବେ ଫୋନ୍ କଲ୍ କରିବା ଓ ରିସିଭ୍ କରିବାର ସୁବିଧା ପ୍ରଦାନ କରିଥାଏ । ଉପଭୋକ୍ତାମାନେ ନିଜ ସ୍ମାର୍ଟଫୋନ୍ଠାରୁ ଦୂରରେ ରହିଥିବା ସମୟରେ ମଧ୍ୟ କେବଳ ଏକ ଆଙ୍ଗୁଳି ଟ୍ୟାପ୍ କରି ସୋସିଆଲ ମିଡିଆ ଆପ୍ ଖୋଲିପାରିବେ । ଉପଭୋକ୍ତା ନିଜ ହାତରେ ଥିବା ୱାଚ୍ରେ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିବା ସହ ଏକ ସର୍ଟ ଭିଡିଓ କ୍ଲିପ୍ ମଧ୍ୟ ଦେଖିପାରିବେ, ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜି ଏସବୁକୁ ସହଜ ଓ ସାଧାରଣ କରିଛି । ଏହି ନୂତନ ୱାଚ୍ ସାମ୍ସଙ୍ଗର ସ୍ପଟିଫାଏ ସହ ସହଭାଗିତା ମାଧ୍ୟମରେ ସଂଯୋଜିତ ରହିବାର ପ୍ରକ୍ରିୟାକୁ ଅଧିକ ସହଜ କରିଛି । ଏହା ଉପଭୋକ୍ତାଙ୍କୁ ସ୍ପଟିଫାଏରେ ନିଜ ମ୍ୟୁଜିକ୍ ଓ ପଟ୍କାଷ୍ଟଗୁଡିକୁ ସହଜରେ ବ୍ରାଉଜ୍ କରିବାର ସୁବିଧା ପ୍ରଦାନ କରିଥାଏ ଏବଂ ସେମାନେ ଏଥିରେ ଏକ ବାଧାରହିତ ଶୁଣିବା ଅଭିଜ୍ଞତା ଉପଭୋଗ କରିପାରିଥାନ୍ତି । ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିକୁ ଦେଶର ପ୍ରମୁଖ ଟେଲିକମ୍ ଅପରେଟର ଏୟାରଟେଲ୍ ଓ ଜିଓ ସପୋର୍ଟ କରିବେ । ଆପଣଙ୍କ ସ୍ମାର୍ଟଫୋନ୍କୁ ସହଜରେ ଏହି ସ୍ମାର୍ଟୱାଚ୍ ସହ ସେଟ୍ଅପ୍ ଓ ପେୟାର କରନ୍ତୁ ଏବଂ କନେକ୍ଟେଡ୍ ୱାର୍ଲ୍ଡର ଅଂଶ ହୋଇ ରୁହନ୍ତୁ ।

ଗ୍ୟାଲାକ୍ସି ଇକୋସିଷ୍ଟମର ଅଭିନ୍ନ ଅଙ୍ଗ

ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ଆପଣଙ୍କ ସ୍ମାର୍ଟୱାଚ୍କୁ ସାମ୍ସଙ୍ଗର ସର୍ବୋତମ ଗ୍ୟାଲାକ୍ସି ଇକୋସିଷ୍ଟମ ଆଣିଥାଏ । ଏହି ସାମସଙ୍ଗ ଗ୍ୟାଲାକ୍ସି ଇକୋସିଷ୍ଟମକୁ ଶକ୍ତିଶାଳୀ ଉପଭୋକ୍ତାଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ସବୁ ସମୟରେ ଏସବୁ କରିବାକୁ ଚାହିଁଥାନ୍ତି । ଥରେ ଫୋନ୍ ସହ ସଂଯୋଗ ହୋଇଯିବା ପରେ ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜି ଉପଭୋକ୍ତାଙ୍କୁ ନିଜ ହାତରୁ ସହଜରେ ଫଟୋ ଉଠାଇବା, ଭିଡିଓ ରେକର୍ଡିଙ୍ଗ କରିବା, ଭିଡିଓ କ୍ଲିପ୍ ପ୍ରିଭ୍ୟୁ କରିବା, ଆଗ ଓ ପଛ ଲେନ୍ସ ମଧ୍ୟରେ ସ୍ୱିଚ୍ କରିବା ପାଇଁ ଅନୁମତି ପ୍ରଦାନ କରିଥାଏ । ଉପଭୋକ୍ତାମାନେ ନିଜ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ରେ ୱାୟାରଲେସ୍ ପାୱାରସେୟାର୍ର ବ୍ୟବହାର କରି ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିକୁ ସହଜରେ ଚାର୍ଜ କରିପାରିବେ ।

ମୂଲ୍ୟ ଓ ଅଫର୍
ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍୨ ୪ଜିରେ ସିଲ୍ଭର, ଗୋଲ୍ଡ ଓ ବ୍ଲାକ୍ ଫିନିସ୍ରେ ଏକ ୪୪ଏମ୍ଏମ୍ ଷ୍ଟିଲ୍ ଡାଏଲ ରହିଛି ଏବଂ ଏହାର ମୂଲ୍ୟ ୩୫,୯୯୦ ଟଙ୍କା ରହିଛି ।
ଗ୍ୟାଲାକ୍ସି ୱାଚ୍ ୪ଜି ଉଭୟ ୪୬ ଏମ୍ଏମ୍ ଓ ୪୨ଏମ୍ଏମ୍ ସଂସ୍କରଣରେ ମଧ୍ୟ ଆସୁଛି ଯାହାର ମୂଲ୍ୟ ଯଥାକ୍ରମେ ୩୦,୯୯୦ ଓ ୨୮,୪୯୦ ଟଙ୍କା ରହିଛି ।
ଗ୍ୟାଲାକ୍ସି ୱାଚ୍ ୪ଜି ଓ ୱାଚ୍ ଆକ୍ଟିଭ୍୨ ୪ଜି ଦେଶବ୍ୟାପୀ ଅଫ୍ଲାଇନ୍ ଷ୍ଟୋର, ସାମସଙ୍ଗ ଅପେରା ହାଉସ୍, ସାମସଙ୍ଗ ଇ-ସପ୍ ଓ ପ୍ରମୁଖ ଅନ୍ଲାଇନ୍ ପୋର୍ଟାଲରେ ଉପଲବ୍ଧ ହେଉଛି ।


Share It

Comments are closed.