‘ଜନସନ ଏଣ୍ଡ ଜନସନ’ ପାଉଡରରେ ଭରି ରହିଛି କ୍ୟାନସର ସୃଷ୍ଟିକାରୀ କାରକ


ବେବି ପ୍ରଡକ୍ଟ ତଥା ଛୋଟ ପିଲାଙ୍କ ଉତ୍ପାଦ ପ୍ରସ୍ତୁତକାରୀ ଆମେରିକୀୟ କମ୍ପାନୀ ଜନସନ ଏଣ୍ଡ ଜନସନ ବର୍ତ୍ତମାନ ବିବାଦ ଘେରା ଛନ୍ଦି ହୋଇଯାଇଛି । କମ୍ପାନୀ ପକ୍ଷରୁ ୩୩ ହଜାର ପାଉଡର ବୋତଲକୁ ଫେରସ୍ତ କରିବା ପାଇଁ ଆଦେଶ ଦିଆଯାଇଛି । କାରଣ ଏହି ଉତ୍ପାଦମାନଙ୍କରେ ଆବେଷ୍ଟୋସର ମାତ୍ର ଅଧିକ ରହିଥିବା ଜଣାପଡିଛି, ଯାହାକି ଶରୀରରେ କ୍ୟାନସର ସୃଷ୍ଟିକାରୀ କାରକ ଅଟେ ।ଏହା ହେଉଛି ପ୍ରଥମ ଥର ଯେଉଁଥିରେ ଆମେରିକୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ପାଦମାନଙ୍କରେ ଆବେଷ୍ଟୋସ ସଂପର୍କରେ ଯାଞ୍ଚ କରିଛି । ସେପଟେ ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ ନିଜ ଉତ୍ପାଦ ଗୁଡିକୁ ଫେରାଇ ଅଣାଦିଆଯାଇଛି ।


Share It

Comments are closed.